-+91-9937148622 |
prerana_bgr@rediffmail.com |
Tuesday 7th July 2026 |
R.N.I. Regd No. ODIODI/2010/46693
Breaking News
11-Nov-2021
ବରଗଡ(ନିରଞ୍ଜନ ତ୍ରିପାଠୀ) - ବରଗଡ ଜିଲ୍ଲା ଅନ୍ତର୍ଗତ ଅତାବିରା ବ୍ଳକ ର କୁଲିତାଟୁକୁରା ଗ୍ରାମପଞ୍ଚାୟତ ର ଆୟୋଜିତ କ୍ରମେ ଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ସହିଦ ଦେବେନ୍ଦ୍ର ପଣ୍ଡା କଲ୍ୟାଣ ମଣ୍ଡପ ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି lମନୋଜ ଷଡ଼ଙ୍ଗୀ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଶିବିର କୁ ଉଦଘାଟନ ପରିପ୍ରେକ୍ଷୀରେ ଅତାବିରା ବିଧାୟିକା ତଥା ରାଜ୍ୟ ବିଜୁ ଜନତା
ଦଳର ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଭାବେ ଯୋଗ ଦେଇଥିବାବେଳେ ସମ୍ମାନୀତ ଅତିଥି ଭାବେ ଏହି କାର୍ଯ୍ୟକ୍ରମ ରେ ଓଡ଼ିଶା ମୋ ପରିବାର ର ସଂଯୋଜକ ଶ୍ରୀମାନ ଗୌରହରି ମିଶ୍ର, ବରଗଡ଼ ଜିଲ୍ଲା ବିଜୁ ଯୁବ ଜନତା ଦଳ ର ସଭାପତି ପ୍ରଦ୍ୟୁମ୍ନ ତ୍ରିପାଠୀ, ବରପାଲି ବିଜୁ ଯୁବ ଜନତା ଦଳ ର ଡିଜିଟାଲ ସେକ୍ରେଟାରୀ ଯୁବ ସମାଜସେବୀ ସୁଜିତ ଗଡତିଆ, ସମାଜସେବୀ ଶତପଥି ଭୋଇ ପ୍ରମୁଖ ଯୋଗଦାନ କରି ଉତ୍ସାହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ lଏହି ଆୟୋଜିତ ରକ୍ତଶିବିର ରେ ସମୁଦାୟ ୫୩ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା lଏହି କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ଯୁବ ସମାଜସେବୀ ଓ କାର୍ଯ୍ୟକର୍ତ୍ତା ସର୍ବଶ୍ରୀ ଗୋପାଲଜୀ
ପୁରୋହିତ,ସୁବ୍ରତ ଷଡ଼ଙ୍ଗୀ, ଶମ୍ଭୁ ସେଠ,ଜିତୁନ୍ ସାହୁ, ଜୀବନ ଦାଶ,ସୁଦାମ ସାହୁ,ପହିଲମାନ୍ ପଣ୍ଡା ପ୍ରମୁଖ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଖୁବ ସୁରୁଖୁରୁରେ ରକ୍ତଦାନ ଶିବିର ଟି ସମ୍ପାଦିତ ହୋଇଥିଲା lଡାକ୍ତର ସୈାମ୍ୟଶ୍ରୀ ପ୍ରଧାନ ରକ୍ତଦାନ କୁ ଆସିଥିବା ଉତ୍ସାହି ଯୁବ ବଂଧୁ ଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ନିରୀକ୍ଷା କଲାପରେ ରକ୍ତଦାତା ମାନେ ରକ୍ତଦାନ କରିଥିଲେ lଶେଷରେ ସମସ୍ତ ଙ୍କୁ ଶୁଭେଚ୍ଛା ସହ ଧନ୍ୟବାଦ ଅର୍ପଣ କରିଥିଲେ ବିଜୁ ଯୁବ ବାହିନୀର ସଭାପତି ଆଶ୍ରିର୍ବାଦ ମହାପାତ୍ର