-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
10-Nov-2021
ପାଟଣାଗଡ଼ (ପୁର୍ଣ୍ଣ ଶଶୀ ଶେଖର ରାଓ) ପଞ୍ଚାୟତ ନିର୍ବାଚନ ଯେତେ ପାଖେଇ ଆସୁଛି ପାଟଣାଗଡ଼ ନିର୍ବାଚନ ମଣ୍ଡଳୀ ରେ ବିଜୁ ଜନତା ଦଳ ସେତିକି ସୁଦୃଢ ହେବାରେ ଲାଗିଛି। ମାସକୁ ମାସ ମିଶ୍ରଣ ପର୍ବ ଚାଲିଛି ଏବଂ ଶହ ଶହ ମାତ୍ରାରେ ଲୋକ ଯୋଗଦାନ କରିଅଛନ୍ତି। ସୂଚନାଯୋଗ୍ୟ ଯେ ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଳକ ଅନ୍ତର୍ଗତ ପଣ୍ଡ୍ରିଜୋର ପଞ୍ଚାୟତ ର ସରପଞ୍ଚ ଗିରିଧାରୀ ମେହେର ଆଜି ବିଜେପି ଛାଡି ଶତାଧିକ ଲୋକଙ୍କ ସହ ବିଜେଡିରେ ଯୋଗଦାନ କରିଛନ୍ତି।ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ନିର୍ମଲ ଶାସନ ରେ ଅନୁପ୍ରାଣିତ ହେବା ସହ
ପାଟଣାଗଡ ବିଧାୟକ ସରୋଜ କୁମାର ମେହେରଙ୍କ କାର୍ଯ୍ୟ କଳାପ ରେ ଆଗ୍ରହୀ ହୋଇ ବିଜୁ ଜନତା ଦଳ ରେ ସରପଞ୍ଚ ଗିରିଧାରୀ ମେହେର ଯୋଗଦାନ କରିଥିବା କହିଛନ୍ତି। ପଣ୍ଡ୍ରିଜୋର ପଞ୍ଚାୟତ ବିଛୁବାହାଲି ରୁ କଣ୍ଟାବାଞ୍ଜି ରାସ୍ତା , ପଣ୍ଡ୍ରିଜୋର ଉଚ୍ଚ ବିଦ୍ୟାଳୟ ର ଉନ୍ନତି କରଣ, ପଞ୍ଚାୟତ ରେ ଥିବା ବିଭିନ୍ନ ସମସ୍ୟା କୁ ନେଇ ବିଜେଡି ରେ ଯୋଗଦାନ କରିଥିବା ଜଣାପଡିଛି। ସେଥିପାଇଁ ଆଜି ସରପଞ୍ଚ ମେହେର ଆଡ଼ମ୍ବର ସହକାରେ ବିଧାୟକ ମେହେରଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦେଇ ତାଙ୍କ ପଞ୍ଚାୟତ ର ଶତାଧିକ ଲୋକ ଙ୍କ ସହିତ
ଯୋଗଦେଲେ। ଏହି ମିଶ୍ରଣ ପର୍ବ ରେ ବିଧାୟକ ଙ୍କ ସହ ବେଲପଡା ବ୍ଳକ ପ୍ରତିନିଧି ଗଣେଶ କୁମ୍ଭାର, ବିଜେଡି ଦଳର ଜିଲ୍ଲା ଉପସଭାପତି ମହେଶ୍ୱର ସାହୁ, ମଣ୍ଡଳ ଜୋନ୍ ସଭାପତି ଜଗନ୍ନାଥ ଖମାରୀ, ମଣ୍ଡଳ ସମିତି ସଭ୍ୟ ରାଜକୁମାର ପାଣିଗ୍ରାହୀ,ଧୁମାଭଟା ପଞ୍ଚାୟତ ସରପଞ୍ଚ ଙ୍କ ସ୍ବାମୀ କିସାନ ରଣା,ଯୁବା ସରପଞ୍ଚ ଙ୍କ ସ୍ବାମୀ ଲକ୍ଷ୍ମୀଧର ପୁଟା, ବନମାଳୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।