-+91-9937148622 |
prerana_bgr@rediffmail.com |
Saturday 11th July 2026 |
R.N.I. Regd No. ODIODI/2010/46693
Breaking News
08-Nov-2021
ବଲାଙ୍ଗିର (ସନ୍ତୋଷ କୁମାର ଠାକୁର) ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ଆସୁଛନ୍ତି l ମମିତା ମେହେର ର ହତ୍ୟାକାଣ୍ଡ କୁ ମାସେ ବିତିଯାଇଥିଲେ ମଧ୍ୟ ହତ୍ୟାକାଣ୍ଡ ରେ ସଂପୃକ୍ତ ଥିବା ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଙ୍କୁ ମନ୍ତ୍ରୀମଣ୍ଡଳ ରୁ ବହିଷ୍କାର ନ କରି ସୁରକ୍ଷା ଦେଉଛନ୍ତି l
ସେଥିପାଇଁ ଆଜି ବିଜେପି ପକ୍ଷ ରୁ ରାଜ୍ୟ ବ୍ୟାପି ଆନ୍ଦୋଳନ କରାଯାଇଛି l ଏହି ପରିପେକ୍ଷି ରେ ଆଜି ଭାରତୀୟ ଜନତା ପାର୍ଟି, ବଲାଙ୍ଗୀର ତରଫରୁ ସାଂସଦ ସଙ୍ଗୀତା କୁମାରୀ ସିଂଦେଓ ଙ୍କ ନେତୃତ୍ୱ ରେ ଜିଲ୍ଲାପାଳ ଅଫିସ ସମ୍ମୁଖ ରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଆଇନ ମନ୍ତ୍ରୀ ପ୍ରତାପ ଜେନା, ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟାଶଙ୍କର ମିଶ୍ରଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଶିବାଜୀ ମହାନ୍ତି, ମହିଳା ମୋର୍ଚ୍ଚା ସଭାନେତ୍ରୀ ପଙ୍କଜିନୀ ପଣ୍ଡା,ବିଧାୟକ ପାର୍ଥୀ ଅନନ୍ତ ଦଶ, ରାକେଶ ମିଶ୍ର ପିତାମ୍ବର ଖମାରୀ, ଦିନେଶ ଶର୍ମା, ଅମିତ୍ ସିଂନିନା, ବବୀ ମିଶ୍ର, ବଡ ବାବୁ ସଲେମା ସଦାନନ୍ଦ କାଳସେ, ରଶ୍ମି ରଂଜନ ବାରିକ, ନରସିଂହ ସିଂ, ସୁନିଲ ମିଶ୍ର, ସନ୍ତୋଷ ସାହୁ, ଧର୍ମେନ୍ଦ୍ର ଅଗ୍ରୱାଲ,
ଲଳିତ ଶର୍ମା , ରାଜକିଶୋର ନାୟକ, ପବିତ୍ର ସାହୁ, ରୋଜା ନାୟକ, ଟଙ୍କ ପାଧନ, ରଞ୍ଜିତ ପାଣଗ୍ରାହୀ, ଆରତୀ ଗୁରୁ,ବନଶ୍ରୀ ଆଚାର୍ଯ୍ୟ, ରଶ୍ମିରେଖା ଦାନୀ, ସରିତା ଯୋଶୀ, ସଞ୍ଜୁ ନାୟକ, ବାସନ୍ତୀ ଜେନା, ଫିରୋଜ ବିବୀ, ଅନିତା ମିଶ୍ର,ସୌଦାମିନୀ ମିଶ୍ର ଏବଂ ବିଜେପି ର ଶତାଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ l