-+91-9937148622 |
prerana_bgr@rediffmail.com |
Saturday 11th July 2026 |
R.N.I. Regd No. ODIODI/2010/46693
Breaking News
08-Nov-2021
ନର୍ଲା (ସଞ୍ଜିବ ଦାସ)କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ ପରିସରରେ ବିଜୁ ସ୍ଵାସ୍ଥ୍ୟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟ ମନ୍ତ୍ରିମଣ୍ଡଳର ମହିଳା ଓ ଶିଶୁ କଲ୍ୟାଣ ବିଭାଗ ମନ୍ତ୍ରୀ ଟୁକୁନୀ ସାହୁ ଯୋଗଦାନ କରି ବିଜୁ ସ୍ଵାସ୍ଥ୍ୟ ବଣ୍ଟନ ପାଇଁ ସ୍ଥିରୀକୃତ ହୋଇଥିଲା । ତେବେ ମନ୍ତ୍ରୀଙ୍କ ବିଲମ୍ବ ଯୋଗୁଁ ସ୍ଥାନୀୟ ତହସିଲଦାର ତଥା ବ୍ଳକ ବିଡ଼ିଓ ମାନସ ରଞ୍ଜନ ତ୍ରିପାଠୀ, ନର୍ଲା ସରପଂଚ ଚିରଞ୍ଜିବୀ ଗୈାଡିଆ ଓ ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତରେ ୧୩୦ ଜଣ ହିତାଧିକାରୀଙ୍କୁ ବିଜୁ ସ୍ଵାସ୍ଥ୍ୟ କାର୍ଡ ବଣ୍ଟନ କରିଥିଲେ । ବ୍ଳକର ୩୧୫୯୧ ଜଣ ହିତାଧିକାରୀଙ୍କୁ ବିଜୁ ସ୍ଵାସ୍ଥ୍ୟ କାର୍ଡ ବଣ୍ଟନ କରାଯିବା ପାଇଁ ସ୍ଥିର କରାଯାଇଛି ।