-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
08-Nov-2021
ଲୋଇସିଂହା, (ବିନୋଦ କୁମାର ଦୀପ): ମମିତା ମେହେରଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଲୋଇସିଂହା ବ୍ଲକ ବିଜେପି ପକ୍ଷରୁ ସ୍ଥାନୀୟ ଚାରିଛକ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ପ୍ରତାପ ଜେନାଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା । ବିଜେପି କର୍ମୀମାନେ ଏକ ପ୍ରତୀକାତ୍ମକ ଶବ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ସହିତ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ପ୍ରତାପ ଜେନାଙ୍କ ଇସ୍ତଫା ଦାବି କରି
ଉଭୟ ମନ୍ତ୍ରୀଙ୍କ ସମେତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ । ଏଥିରେ ବରିଷ୍ଠ ବିଜେପି ନେତା ଭୁତନାଥ ନାଏକ, ସରୋଜ ସାହୁ, ଲଳିତ ପଧାନ, ଗୌରାଙ୍ଗ ନାଏକ, ଶଙ୍କର ସାହୁ, ରାଜୁ ସାହୁ, ସୁଦିପ ସା, ଵାହାଦୁର ନନ୍ଦ, ଗୌତମ କୁଅଁର, ଜ୍ୟୋତିର୍ମୟ ରାଉତ, ବୁଲୁ ବାଦୀ, ରଘୁନାଥ ସାହୁ, କିଶୋର ପଟେଲ ପ୍ରମୁଖ ଉପସ୍ଥିତ ଥିଲେ ।