-+91-9937148622 |
prerana_bgr@rediffmail.com |
Sunday 12th July 2026 |
R.N.I. Regd No. ODIODI/2010/46693
Breaking News
08-Nov-2021
ବିନିକା(ହିମାଂଶୁ ଶେଖର ପୁଟେଳ) ବିନିକାର ପର୍ଯ୍ୟଟନ କ୍ଷେତ୍ର ପୁଣ୍ୟପିଠ ପାପକ୍ଷୟ ଠାରେ ସୁବର୍ଣ୍ଣପୁର ଜିଲ୍ଲା କୋଶଲେଶ୍ଵର ଯୁବ ମାଳି ସମାଜର ଜିଲ୍ଲାସ୍ତରୀୟ ପ୍ରଥମ ଵୈଠକ ଅନୁଷ୍ଠିତ ହୋଇଯାଇଛି l ପ୍ରାରମ୍ଭରେ ଉପସ୍ଥିତ ସମସ୍ତ ସଦସ୍ୟ ପ୍ରଭୁ କୋଶଲେଶ୍ଵର ବାବାଙ୍କ ଠାରେ ପୂଜାର୍ଚ୍ଚନା କରି ଆଶୀର୍ବାଦ ଲୋଡ଼ିଥିଲେ l ଜିଲ୍ଲା ଯୁବ ସଭାପତି ବିଦ୍ୟାଧର ଖୁର୍ଡିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସାଧାରଣ ସମ୍ପାଦକ ସତ୍ୟ ନାରାୟଣ ବାରଖୁଣ୍ଟିଆ ସଭାର ଉଦେଶ୍ୟ ଉପରେ ସୂଚନା ଦେବା ସହ ଆଗାମୀ ଦିନରେ ସମାଜର ଉନ୍ନତି ଦିଗରେ କି କି ପ୍ରସ୍ତାବ ଗ୍ରହଣ କରାଯିବ ସେନେଇ ଉପସ୍ଥିତ ସଦସ୍ୟ ମାନେ ନିଜର ସୁଚିନ୍ତିତ ମତ ଉପସ୍ଥାପନ କରିବାକୁ କହିଥିଲେ l ପରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା ପ୍ରମୋଦ ପୁଟେଲ,କାର୍ତ୍ତିକ ପୁଟେଲ,ରାଜିନ୍ଦ୍ର ପୁଟେଲ,ବାସୁଦେବ ପୁଟେଲ,ରାମଗୋପାଳ, ସୁଦାମ ବାଘ,ପ୍ରଶାନ୍ତ ପାଣ୍ଡେ,ପରଜା ବାଘ,ଜଗବନ୍ଧୁ ପାଣ୍ଡେ,ସତ୍ୟ ଚୌଧୁରୀ,ରଞ୍ଜନ ନାଏକ, ଗଜାନନ ପୁଟେଲ,ବାବୁଲୁ ବରିହା,ବୃନ୍ଦାବନ କୁର୍କୁରିଆ,ହିମାଂଶୁ କୂର୍କୁରିଆ,ରାଖଳ ବରିହା,ବାଲଗୋପଲ ପୁଟେଲ,ମୁନକ ନାଏକ,ଶ୍ରୀକାନ୍ତ କୁର୍କୁରୀଆ ପ୍ରମୁଖ ଯୁବକ ମାନେ ସମାଜର ଲକ୍ଷ,ଅଗ୍ରଗତି, ଶିକ୍ଷା,ସ୍ବାସ୍ଥ୍ୟ ଉନ୍ନତି ଉପରେ ଆଲୋକପାତ କରିବା ସାଙ୍ଗକୁ ଏହାର ସଂଗଠନ କିପରି ଆଗାମୀ ଦିନରେ ମଜଭୁତ ହୋଇ ପାରିବ ସେ ଦିଗରେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ l ସଭାରେ ପ୍ରାୟ ୫୦ଜଣ ଯୁବକ ଯୋଗଦେଇଥିଲେ l ଶେଷରେ ଲକ୍ଷ୍ମଣ ପୁଟେଲ ଧନ୍ୟବାଦ ଅର୍ପଣ କରିଥିଲେ l