-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
07-Nov-2021
ପଦ୍ମପୁର(ନିରଞ୍ଜନ ତ୍ରିପାଠୀ) -ବରଗଡ଼ ଜିଲ୍ଲା ପଦ୍ମପୁର ସ୍ଥିତ ପୁରୋହିତ କଲ୍ୟାଣ ମଣ୍ଡପ ଠାରେ ବ୍ରାହ୍ମଣ ସମାଜ ପଦ୍ମପୁର ର ଆୟୋଜନ କ୍ରମେ ଏକ ଦିବସୀୟ ସେମିନାର ୨୦୨୧-୨୨ ଅନୁଷ୍ଠିତ ହୋଇଯାଇଛି lପଦ୍ମପୁର ବ୍ରାହ୍ମଣ ସମାଜ ର ସଭାପତି ଶ୍ରୀମାନ ଜୟନାରାୟଣ ତ୍ରିପାଠୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ହରିହର ଶତପଥୀ, ସମ୍ପାଦକ ଚନ୍ଦ୍ରଶେଖର ପୁରୋହିତ ଯୋଗଦାନ କରି "ଜାତିଗତ ସଂଗ୍ରକ୍ଷଣ ଓ ତାର ପ୍ରଭାବ ଉପରେ ଆଲୋଚନାଚକ୍ର ଆରମ୍ଭ କରିଥିଲେ lଏହି ଆଲୋଚନା ଚକ୍ର ରେ ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ-ଆଇନଜିବୀ ଅଜିତ
ଶତପଥି, ଅଧ୍ୟାପକ ଖ୍ୟାତିମୟ ତ୍ରିପାଠୀ, ବରେଣ୍ୟ ଉପସ୍ଥିତ ସଦସ୍ୟ ଡଃ ବାଞ୍ଛାନିଧି ପଣ୍ଡା,ମେଜର ଚିତ୍ତରଞ୍ଜନ ଦାସ, ପଣ୍ଡିତ ଆଶୁତୋଷ ପାଣିଗ୍ରାହୀ, ରଘୁନାଥ ତ୍ରିପାଠୀ, ବିଶିଷ୍ଟ ଶିକ୍ଷାବିତ ଲକ୍ଷ୍ମୀନାରାୟଣ ଷଡ଼ଙ୍ଗୀ, ବିଦ୍ୟାଧର ଦାଶ, ଭାସ୍କର ଦାଶ,ତାପିନୀ ପଣ୍ଡା,ଜିତେଶ୍ୱରୀ ଦାଶ, ଜ୍ୟୋସ୍ନାରାଣୀ କର, କୃଷ୍ଣମୋହନ ପଣ୍ଡା, ତୀର୍ଥବାସୀ ପଣ୍ଡା,ଦିବ୍ୟ ପଣ୍ଡା,କୁନାଲ ପାଣିଗ୍ରାହୀ, ଅଶୋକ ମିଶ୍ର ପ୍ରମୁଖ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ l