-+91-9937148622 |
prerana_bgr@rediffmail.com |
Monday 13th July 2026 |
R.N.I. Regd No. ODIODI/2010/46693
Breaking News
07-Nov-2021
ପଦ୍ମପୁର(ନିରଞ୍ଜନ ତ୍ରିପାଠୀ) :-ପଦ୍ମପୁର ବ୍ଳକ ଅଧିନସ୍ଥ ଘନାମାଲ ଗ୍ରାମ ଠାରେ ୧୫ତମ ଜୟ ଜଗନ୍ନାଥ ଫୁଟବଲ ଟୁର୍ଣ୍ଣାମେଣ୍ଟ ଗତକାଲି ଠାରୁ ଦୁଇ ଦିନ ବ୍ୟାପି ଆରମ୍ଭ ହୋଇଛି lଏ ଅବସରରେ ସ୍ଥାନୀୟ ରାଜସ୍ୱ ନିରୀକ୍ଷକ ଯୁଧିଷ୍ଠିର ବିଶ୍ୱାଳ
ମୁଖ୍ୟଅତିଥି ଭାବେ ଯୋଗ ଦାନ କରି ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସଙ୍ଗେ ସଙ୍ଗେ ଖେଳ ର ଶୁଭାରମ୍ଭ କରିଥିଲେ lସମ୍ମାନୀତ ଅତିଥି ଭାବେ ଖେଳ ଶିକ୍ଷକ ରାମକୃଷ୍ଣ ବାରିକ, ସନ୍ତୋଷ ଗଡତିଆ ଯୋଗଦେଇଥିଲେ lଖେଳ ପରିଚାଳନା ରେ ସର୍ବଶ୍ରୀ ରାଧାକାନ୍ତ ବାରିକ, ଭବାନୀ, ସନ୍ତୋଷ, ନରେଶ, ସହଯୋଗ କରିଥିବାବେଳେ, ଗ୍ରାମବାସୀ ଙ୍କ ସହଯୋଗ ତଥା ଗ୍ରାମର ଦିଲିପ,ଗୁଣ, ଉପେନ୍ଦ୍ର ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅତିଶାନ୍ତି ପୂର୍ଣ୍ଣ ଭାବେ ଖେଳ ଆୟୋଜିତ ହୋଇଛି l