-+91-9937148622 |
prerana_bgr@rediffmail.com |
Monday 13th July 2026 |
R.N.I. Regd No. ODIODI/2010/46693
Breaking News
07-Nov-2021
ପଦ୍ମପୁର(ନିରଞ୍ଜନ ତ୍ରିପାଠୀ) :ରାଜବୋଡାସମ୍ବର ବ୍ଳକ ଅନ୍ତର୍ଗତ ଜମଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ କାର୍ଯ୍ୟରତ କୁଷ୍ଠରୋଗ ନିବାରଣ ବିଭାଗର ସ୍ବାସ୍ଥ୍ୟକର୍ମୀ ଶ୍ରୀମାନ ସତ୍ୟନାରାୟଣ ସାହୁ ଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି lଏ ଅବସରରେ ଅନୁଷ୍ଠିତ ଏହି ସଭାରେ ଜମଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଅଧିକାରୀ ଡାକ୍ତର ତ୍ୟାଗରାଜ ସିଂ ସଭାପତିତ୍ବ କରିଥିଲାବେଳେ ଜନସ୍ବାସ୍ଥ୍ୟ ଶିକ୍ଷା ସଂପ୍ରସାରଣ ଅଫିସର ଶିବ ପ୍ରସାଦ ବେହେରା ସ୍ୱାଗତ ଭାଷଣ ପ୍ରଦାନ
କରିଥିଲେ lଏହି ଦୁଃଖଦ ବିଦାୟକାଳୀନ ସମ୍ବର୍ଦ୍ଧନା ରେ ବକ୍ତା ଭାବେ ସର୍ବଶ୍ରୀ:-ସୁରେଶ ପତି, ଦିଲ୍ଲିପ ବେହେରା, ରାଜେନ୍ଦ୍ର ମିଶ୍ର, ଲମ୍ବୋଦର ପାତ୍ର, ମହିଳା ସ୍ୱାସ୍ଥ୍ୟ ପରିଦର୍ଶିକା ଶ୍ରୀମତୀ ଉର୍ମିଳା ଦ୍ୱିବେଦୀ,ମାନସୀ ଦାସ
ମୁଖ୍ୟଅତିଥି ଙ୍କ ଉଦ୍ଦେଶ୍ୟ ରେ ବିଦାୟ ସମ୍ବର୍ଦ୍ଧନା ଜଣାଇବା ସହ ତାଙ୍କୁ ଜଣେ ସରଳ ନିଷ୍କପଟ, ମିଷ୍ଟଭାଷୀ, କର୍ତ୍ତବ୍ୟନିଷ୍ଠା, ସତ୍ୟବାଦୀ,ମେଳାପି ତଥା ପ୍ରକୃତ ବଂଧୁ ବୋଲି ତାଙ୍କ ବକ୍ତବ୍ୟରେ ଅଭିହିତ କରିଥିଲେ lପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟ ତଥା ଜମଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅନ୍ତର୍ଗତ ଗ୍ରାମାଞ୍ଚଳ ଠାରୁ ସହରାଞ୍ଚଳ ପର୍ଯ୍ୟନ୍ତ ଶ୍ରୀମାନ ସତ୍ୟନାରାୟଣ ସାହୁ, ସାହୁ ଆଜ୍ଞା ବୋଲି ସୁପରିଚିତ ଅଟନ୍ତି l ଦିର୍ଘ ୩୬ ବର୍ଷଧରି ଗ୍ରାମାଞ୍ଚଳ ମାନଙ୍କରେ ତଥା ଶିକ୍ଷାନୁଷ୍ଠାନ ମାନଙ୍କରେ ପହଞ୍ଚି କୁଷ୍ଠ ବ୍ୟାଧି ଦୁରାରୋଗ୍ୟ ଚିହ୍ନଟ କରିବା, ଚିକିତ୍ସା ସହ ପରାମର୍ଶ ଦେବା, ଓୈାଷଧ ମାଗଣା ପ୍ରଦାନ ତଥା ଜନସଚେତନତା ସୃଷ୍ଟି କରିବା ଭଳି ସମ୍ବେଦନଶୀଳ କର୍ମ ସୁଚାରୁରୂପେ ସମ୍ପାଦନା କରି ଉଚ୍ଚ ପଦାଧିକାରୀଙ୍କ ତଥା ଜନସାଧାରଣଙ୍କ ପାଖରେ ପ୍ରିୟ ଭାଜନ ଓ ପ୍ରଶଂସିତ ହୋଇପାରିଥିଲେ ବୋଲି ତାଙ୍କ ବକ୍ତବ୍ୟରେ କହିବା ସହ ଅବଶିଷ୍ଟ ତାଙ୍କର ଅବସରକାଳୀନ ସମୟ ମଙ୍ଗଳମୟ, ଶାନ୍ତିପ୍ରଦ ଏବଂ କର୍ମମୁଖର ହେଉ ବୋଲି ସ୍ୱାସ୍ଥ୍ୟ ପରିଦର୍ଶନ ଶ୍ରୀଯୁକ୍ତ ମନୋରଞ୍ଜନ ସାହୁ ତାଙ୍କ ବକ୍ତବ୍ୟ ସହ ଦିର୍ଘଜିବୀ ପାଇଁ
କାମନା କରିଥିଲେ lଶ୍ରୀମାନ ସାହୁ ଙ୍କ ଠାରୁ ଦାୟିତ୍ଵ ଗ୍ରହଣ କରିଥିବା ସ୍ବାସ୍ଥ୍ୟକର୍ମୀ ଶ୍ରୀ ସଞ୍ଜୟ ବଢେଇ ଶ୍ରୀମାନ ସାହୁ ବାବୁ ଙ୍କୁ ଜଣେ ଭଲ ପଥପ୍ରଦର୍ଶକ, ପରାମର୍ଶଦାତା ବୋଲି ବର୍ଣ୍ଣନା କରିବାସହ ତାଙ୍କ କର୍ମକୈାଶଳ, କର୍ମତତ୍ପରତା,ସରଳ ଜୀବନଯାପନ ର ଉଚ୍ଚ ପ୍ରଶଂସା କରିଥିଲେ lମହିଳା ସ୍ବାସ୍ଥ୍ୟକର୍ମୀ ବିଶ୍ୱଳୟା ସାହୁ ମାନପତ୍ର ପଠନ କରିଥିବାବେଳେ, ଡାକ୍ତର ଲୋକପାଳ ଭୋଇ, ଡାକ୍ତର ଦେବାଶିଷ ରଥ, ଡାକ୍ତର ତ୍ୟାଗରାଜ ସିଂ ମିଳିତ ହୋଇ ଶ୍ରୀମାନ ସାହୁ ଙ୍କୁ ମାନପତ୍ର, ଉତ୍ତରୀୟ ସମେତ ଉପଢୌକନ ପ୍ରଦାନ କରିଥିଲେ lସଭାକାର୍ଯ୍ୟ ପରିଚାଳନା କରିଥିଲେ ମହେଶ୍ୱର ପଟ୍ଟନାୟକ,ସୁଧିର ମେହେର, ତୁଳସୀ ମହଲା lଶେଷରେ ବି.ପି.ଏମ ବିଜୟ ସରାଫ ଧନ୍ୟବାଦ ଅର୍ପଣ କରିଥିଲେ l