-+91-9937148622 |
prerana_bgr@rediffmail.com |
Thursday 23rd July 2026 |
R.N.I. Regd No. ODIODI/2010/46693
Breaking News
03-Nov-2021
କଣ୍ଟାବାଞ୍ଜି (ଆନନ୍ଦ ମୋଟେ) ତୁରେକେଲା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ସମଗ୍ର ଶିକ୍ଷା ବଲାଙ୍ଗୀର ଆନୁକୂଲ୍ୟରେ ବ୍ଳକ ସ୍ତରୀୟ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କ ଶିକ୍ଷଣ ସାମଗ୍ରୀ ଓ ସହାୟକ ଉପକରଣ ବଣ୍ଟନ ଶିବିର ଅନୁଷ୍ଠିତ ହୋଇଥିଲା।ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଫକୀର ଚରଣ ବିଶିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଶିବିରରେ ବ୍ଳକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ସୁରେନ୍ଦ୍ର କୁମାର
ପୁରୋହିତଙ୍କ ସଭାପତିତ୍ୱ କରିଥିଲେ।ଏହି ଶିବିରରେ ୧୬ଗୋଟି ସିପି ଚୌକି ଓ ୩୯ଟି ଟିଏଲଏମ କିଟ ଛାତ୍ରଛାତ୍ରୀ ମାନଙ୍କୁ ବଣ୍ଟନ କରାଯାଇଥିଲା।ସଭା ପରିଚାଳନା ବିଆରପି ଶ୍ରୀ ସୁନିଲ ସାହୁ କରିଥିବା ବେଳେ ଶିକ୍ଷକ ତଥା ଜୁନିୟର ରେଡକ୍ରସ ପରାମର୍ଶ ଦାତା ବିରଞ୍ଚି ନାରାୟଣ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।ଏହି ଶିବିରରେ ବଡବାବୁ ଶ୍ରୀ ବିଜୟ ପାଣିଗ୍ରାହୀ, ବିଆରପି ଜୌତି ବିକାଶ ବାରିକ,ରମେଶ ଚନ୍ଦ୍ର ସୁନା,ଶିକ୍ଷକ ଅମରେନ୍ଦ୍ର ବାଗ,ବିବେକାନନ୍ଦ ରାଏ,ମାୟାଧର ଭରାସଗ୍ରିଆ,ପୁର୍ଣ୍ଣଚନ୍ଦ୍ର ପନିକା,ଅମୃତ କୁମ୍ଭାରଆଦି ସହଯୋଗ କରିଥିଲେ।