-+91-9937148622 |
prerana_bgr@rediffmail.com |
Saturday 25th July 2026 |
R.N.I. Regd No. ODIODI/2010/46693
Breaking News
02-Nov-2021
ଉଲୁଣ୍ଡା (ଗୌରଚନ୍ଦ୍ର ପରିଛା) ସୁବର୍ଣ୍ଣଡୁର ଜିଲ୍ଲା ଉଲୁଣ୍ଡା ବ୍ଲକ କୁତମେଣ୍ଡା ଛକ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମୃତ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି । ମୃତକ ଜଣକ ହେଲେ ସିଣ୍ଢୋଲ ଗ୍ରାମର ବାର୍ଣ୍ଣା ନାଗ ଏବଂ ଗୁରୁତର ମାନେ ହେଲେ ଅରଖମୁଡାର ବାହାଲେନ ସାବ ଏବଂ ସିଣ୍ଢୋଲର ଲେବା ସୁରେନ । ସୂଚନା ଅନୁସାରେ ବାର୍ଣ୍ଣା, ବାହାଲେନ ଏବଂ ଲେବା ଏକ ବାଇକ ଯୋଗେ ଉଲୁଣ୍ଡା ପଟରୁ ସିଣ୍ଢୋଲକୁ ଯାଉଥିଲେ । ଏହି ସମୟରେ କୁତମେଣ୍ଡା ଛକ ନିକଟରେ ଭାରସାମ୍ୟ ହରାଇ
ବାଇକଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଫଳରେ ସମସ୍ତେ ଛିଟିକି ପଡିଥିଲେ । ଘଟଣା ସ୍ଥଲରୁ ଦୁଇଜଣକୁ ଦମକଲବାହିନୀ ଏବଂ ଅନ୍ୟ ଜଣକୁ ଥାନା ଗାଡିରେ ଦାକ୍ତରଖାନାକୁ ନିଆଯାଇଥିଲା । ମାତ୍ର ସେଠାରେ ବାର୍ଣ୍ଣାକୁ ଦାକ୍ତର ମୃତ ଘୋଷଣା କରିଥିବା ବେଳେ ବାହାଲେନ ଏବଂ ଲେବାର ଅବସ୍ଥା ଗୁରୁତର ଥିବାରୁ ଉଭୟଙ୍କୁ ବୁର୍ଲା ଦାକ୍ତରଖାନାକୁ ପଠାଇଦେଇଥିଲେ । ସ୍ଥାନୀୟ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଛି ।