-+91-9937148622 |
prerana_bgr@rediffmail.com |
Monday 3rd August 2026 |
R.N.I. Regd No. ODIODI/2010/46693
Breaking News
29-Oct-2021
ବେଗୁନିଆପଡା:(ଉମା ମହାରଣା)-ଏହି ବ୍ଲକ ଅନ୍ତର୍ଗତ ତାଳସର ପଞ୍ଚାୟତର ହଂସତୁଳି ଠାରେ ଆଜି ଆଖୁଚାଷୀଙ୍କ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀକୁ ଆସିକା ଚିନିଶିଳ୍ପ ପରିଚାଳନା ନିର୍ଦେଶକ ମନୋଜ କୁମାର ନାୟକ ଉଦ୍ଘାଟନ କରି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଗ୍ରାମାଞ୍ଚଳରେ ବହୁ ଆଖୁଚାଷୀ ଆଖୁଚାଷ କରି ଜୀବିକା ନିର୍ବାହ କରୁଥିବା ବେଳେ ଏହା ଉପରେ ସମ୍ପୃକ୍ତ ବିଭାଗ ସହଯୋଗର ହାତ ବଢ଼ାଇବା ପାଇଁ ପ୍ରତିଶୃତି ଦେଇଥିଲେ।ଏହା ସହିତ ଚାଷୀମାନଙ୍କର ବିଭିନ୍ନ ଅଭିଯୋଗ ମଧ୍ୟ ଶୁଣିଥିଲେ। ମୁଖ୍ୟତଃ ଠିକ ସମୟରେ ଆଖୁ କାଟିବା ପାଇଁ ନିର୍ଦେଶ ଆସି ସଠିକ ଭାବରେ ପାଳନ କରାଯିବା ସହ ଆଖୁ ଚାଷ ଅର୍ଥରାଶି ସଠିକ ସମୟରେ ପ୍ରଦାନ ଓ ଚାଷୀଙ୍କୁ ସମସ୍ତ ପ୍ରୋତ୍ସାହନ ପ୍ରଦାନ ପାଇଁ ଚାଷୀ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ଆଖୁ ଚାଷ ପରିଚାଳକ ପ୍ରଶାନ୍ତ କୁମାର ପାଢ଼ୀ, ପରିଦର୍ଶକ ସୁକାନ୍ତ କୁମାର ପଣ୍ଡା, ହଂସତୁଳି ଗ୍ରାମ ପକ୍ଷରୁ ବରିଷ୍ଠ ସଦସ୍ୟ ରଙ୍କନାଥ ସ୍ୱାଇଁ, ମୁକୁନ୍ଦ ମାଧବ ସ୍ୱାଇଁ, ରମେଶ ଚନ୍ଦ୍ର ପଣ୍ଡା, ରଘୁନାଥ ସ୍ୱାଇଁ, ବଳରାମ ସ୍ୱାଇଁ ଙ୍କ ସମେତ ଶତାଧିକ ଚାଷୀ ଯୋଗଦେଇଥିଲେ।