-+91-9937148622 |
prerana_bgr@rediffmail.com |
Monday 3rd August 2026 |
R.N.I. Regd No. ODIODI/2010/46693
Breaking News
29-Oct-2021
ଉଲୁଣ୍ଡା(ଗୌରଚନ୍ଦ୍ର ପରିଛା) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କୁକିଆ ଗ୍ରାମର ଜଣେ ବ୍ୟକ୍ତି ସୋନପୁର ଝୁପୁଡିପଡାରେ ବିଦ୍ୟୁତ ଆଘାତରେ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ବାବୁଲୁ ତରିଆ । ସୂଚନା ଅନୁସାରେ ଆଜି ବାବୁଲୁ ସୋନପୁର ଝୁପୁଡିପଡା ସ୍ଥିତ ନରେଶ ତାଣ୍ଡିଙ୍କ ଘରେ କାମ କରୁଥିଲେ । ସେଠାରେ କାମ କରୁଥିବା ସମୟରେ ବିଦ୍ୟୁତ ସଂସ୍ପର୍ଷରେ ଆସି ପଡିଯାଇଥିଲେ । ଫଳରେ ତାଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ ପ୍ରଚୁର ରକ୍ତସ୍ରାବ ହୋଇଥିଲା । ଘଟଣା ସ୍ଥଲରୁ ତାଙ୍କୁ ଉଦ୍ଧାର କରି ସୋନପୁର ଚିକିତ୍ସାଳୟକୁ ନି।।ଯାଇଥିଲା । ମାତ୍ର ସେଠାରେ ଦାକ୍ତର ମୃତ ଘୋଷଣା କରିଥିଲେ । ବାବୁଲୁଙ୍କ ଅକାଲ ବିୟୋଗରେ ଗ୍ରାମରେ ଶୋକର ଛାୟା ଖେଲିଯାଇଛି ।