-+91-9937148622 |
prerana_bgr@rediffmail.com |
Tuesday 4th August 2026 |
R.N.I. Regd No. ODIODI/2010/46693
Breaking News
28-Oct-2021
ଢେଙ୍କାନାଳ, ବର୍ତ୍ତମାନ ସମୟରେ ଢେଙ୍କାନାଳର ଗଜଲକ୍ଷ୍ମୀ ପୂଜା ଚାଲିଥିବା ସମୟରେ ସହରକୁ ପରିଷ୍କାର ପରିଚ୍ଛନ୍ନ ରଖିବାପାଇଁ ପୌରପାଳିକା ତରଫରୁ ପୌରନିର୍ବାହୀ ଅଧିକାରୀ ଅତନୁ କୁମାର ସାମନ୍ତଙ୍କ ତତ୍ୱବାଧାନରେ ସହରକୁ ପ୍ରତ୍ୟୁଷ ଦୁଇ ଥର ସଫେଇ କରିବା, ରୋଡ଼ ସାଇଡ ରେ ବ୍ଲିଚିଂ ପକେଇବା, ସହରର ଡ୍ରେନ ଗୁଡିକରେ ମଶା ତେଲ ସିଞ୍ଚନ, ବୁଲା ଗାଈଗୋରୁମାନଙ୍କୁ ସହରରୁ ଦୂରକୁ ପଠାଇବା ଆଦି କାର୍ଯ୍ୟର କୁ ସମ୍ପାଦନ କରାଯାଇଛି । ସହର ମଧ୍ୟରେ ଲକ୍ଷ୍ମୀପୂଜା ଚାଲିଥିବା ବେଳେ ଲୋକମାନଙ୍କୁ କୋରନା ସମ୍ବନ୍ଧୀୟ ସଚେତନ ମଧ୍ୟ କରାଯାଇଅଛି ।ପୌରପାଳିକାର ଏଭଳି କାର୍ଯ୍ୟକୁ ଢେଙ୍କାନାଳ ବାସୀ ତଥା ବିଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି ।