-+91-9937148622 |
prerana_bgr@rediffmail.com |
Sunday 8th March 2026 |
R.N.I. Regd No. ODIODI/2010/46693
Breaking News
04-Nov-2020
ବଲାଙ୍ଗୀର -(ପ୍ରେରଣା ଖବର) - ବଲାଙ୍ଗୀର ର ଜୀବନରେଖା କହୁଥିବା ଲୋୟର ସୁକତେଲ ପ୍ରକଳ୍ପ କାର୍ଯ୍ୟ ଦୁଇ ବର୍ଷ ହେବ ବନ୍ଦ ରହିଛି । ପ୍ରକଳ୍ପ କାମକୁ ଆରମ୍ଭ କରିବା ପାଇଁ ଆସିଥିବା ହାଇଲେଭେଲ୍ କମିଟି କୁ ବିସ୍ଥାପିତ ମାନେ ବିରୋଧ କରିଛନ୍ତି । ୧୧ ଦଫା ସମ୍ବଳିତ ଦାବି କୁ ନେଇ ପ୍ରକଳ୍ପ କାର୍ଯ୍ୟ ବନ୍ଦ ରହିଛି ରାଜ୍ୟ ସରକାର ଙ୍କ ଏକ ହାଇଲେଭେଲ ଟିମ୍ ଗତ ମାସ ରେ ବଲାଙ୍ଗୀର ଆସି ବିସ୍ଥାପିତ ତଥା ବିଭିନ୍ନ ସଂଘଟନ ସହ ଆଲୋଚନା କରିଯାଇଥିଲେ । ପୁଣିଥରେ ଆଜି ଜଳ ସମ୍ପଦ ବିଭାଗ ମୁଖ୍ୟ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ , ଜମି ଅଧିଗ୍ରହଣ ,ଥଇଥାନ ନିର୍ଦେଶକ ରାଜେନ୍ଦ୍ର ପଟ୍ଟନାୟକ ଏବଂ ଅନ୍ୟ ଟେକ୍ନିକାଲ ଟିମ୍ ସହ ପ୍ରକଳ୍ପ ଅଞ୍ଚଳ କୁ ଗସ୍ତ କରି କାର୍ଯ୍ୟ ଆରମ୍ଭ କରିବା ପାଇଁ ଚେଷ୍ଟା କରିଥିଲେ । ବିସ୍ଥାପିତ ମାନେ ବିଭିନ୍ନ ସ୍ଲୋଗାନ ଓ ନାରାବାଜି ଦେଇ ବିରୋଧ କରିବା ରୁ ହଇଲେଭେଲ୍ ଟିମ୍ ପ୍ରକଳ୍ପ ଅଞ୍ଚଳରୁ ୟୁଟର୍ନ ମାରିଥିବା ବେଳେ ଜିଲ୍ଲାପାଳ ବିସ୍ଥାପିତ ମାନଙ୍କ ସହ ଆଲୋଚନା ଜାରି ରଖିଥିଲେ ।