-+91-9937148622 |
prerana_bgr@rediffmail.com |
Wednesday 7th October 2026 |
R.N.I. Regd No. ODIODI/2010/46693
Breaking News
26-Oct-2021
ବଲାଙ୍ଗିର (ସନ୍ତୋଷ କୁମାର ଠାକୁର) : କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସ୍ଥିତ ସନସାଇନ ସ୍କୁଲ ର ଅଧ୍ୟକ୍ଷ ମମିତା ମେହେରଙ୍କ ମୃତ୍ୟୁ ଘଟଣା ର ପରଦାଫାଶ ହେବା ପରେ ମୃତ ମମିତାଙ୍କ ପରିବାରକୁ ସମବେଦନା ଜଣାଇବା ପାଇଁ ବିଭିନ୍ନ ରାଜ୍ୟସ୍ତରୀୟ ନେତାଙ୍କ ସୁଅ ଛୁଟୁଛି l ମମିତା ଙ୍କ ଗାଁ ଝରଣୀରେ ପ୍ରତିଦିନ ବିଭିନ୍ନ ଦଳର ନେତା ଆସି ପୀଡ଼ିତାଙ୍କ ପରିବାରଙ୍କୁ ଭେଟୁଛନ୍ତି l ଏହି କ୍ରମରେ ଆଜି
ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଓ ବଲାଙ୍ଗିର ସାଂସଦ ଶ୍ରୀମତୀ ସଙ୍ଗୀତା ସିଂହ ଦେଓ ଙ୍କ ନେତୃତ୍ୱରେ ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ର,ବରିଷ୍ଟ ନେତା କନକ ବର୍ଦ୍ଧନ ସିଂହଦେଓ, ଉଚ୍ଚ ନ୍ୟାୟାଳୟ ର,ବରିଷ୍ଟ ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟ, ବିଜେପି ବିଧାୟକ ଦଳର ମୁଖ୍ୟ ସଚେତକ ମୋହନ ମାଝି, ରାଜ୍ୟ ସାଧାରଣ ସମ୍ପାଦକ ରବି ନାୟକ, ରାଜ୍ୟ ସମ୍ପାଦକ କାଳିନ୍ଦୀ ସାମଲ,ଯତୀନ ମହାନ୍ତି ଓ ଟଙ୍କଧର ତ୍ରିପାଠୀ ପ୍ରମୁଖ ଆସି ସନ୍ ସାଇନ୍ ଉଚ୍ଚ ବିଦ୍ୟାଳୟ ର ମୃତ ଅଧକ୍ଷା ମମିତା ମେହେରଙ୍କ ଘର ଝର୍ଣି ଗାଁ କୁ ଯାଇ ତାଙ୍କ ପରିବାର ଙ୍କୁ ସମବେଦନା ଜଣାଇ ଥିଲେ l ଦୋଷୀ ଗୋବିନ୍ଦ ସାହୁଙ୍କୁ ମୃତ୍ୟୁ ଦଣ୍ଡ ଦିଆଯାଉ ଓ ଏହି ହତ୍ୟାକାଣ୍ଡରେ ଅନ୍ୟ ଦୋଷୀ ମାନଙ୍କୁ କଠୋର ଦଣ୍ଡ ବିଧାନ କରିବାକୁ ପୀଡ଼ିତାଙ୍କ ପରିବାର ଦାବି କରିଛନ୍ତି l ବଲାଙ୍ଗିର ସାଂସଦ ସଂଗୀତା ସିଂହଦେଓ ମୃତ ମମିତା ମାଁ ଙ୍କ ସହ କିଛି ସମୟ ଆଲୋଚନା କରି ଘଟଣାର ଉପଯୁକ୍ତ ତଦନ୍ତ ହେବl ସହ କୋଣସି ଦୋଷୀ
ଯେପରି ଖସି ନ ଯାଆନ୍ତି ସେଥିପ୍ରତି ବିଜେପି ସରକାର ଉପରେ ଚାପ ପକାଇବ ବୋଲି କହିଛନ୍ତି l ବିଜେପି ନେତୃମଣ୍ଡଳୀ ମହଲିଙ୍ଗକୁ ଯାଇ ମମତା ଙ୍କୁ ପୋଡି ଓ ପୋତି ଅତି ନୃଶଂସ ଭାବେ ମାରି ଦିଆଯାଇ ଥିବା ସ୍ଥଳକୁ ନିରୀକ୍ଷଣ କରିଥିଲେ । ଏପରି ଏକ ସମ୍ବେଦନଶୀଳ ପ୍ରସଙ୍ଗକୁ ବିଜେପି ଗୁରୁତର ସହ ଗ୍ରହଣ କରି ପିଡିତlଙ୍କୁ ନ୍ୟାୟ ମିଳିବା ପର୍ଯ୍ୟନ୍ତ ନିଜର ଅଭିଯାନ ଜାରି ରଖିବ ବୋଲି ବିଜେପି ଜିଲ୍ଲା ସଭାପତି ଶିବାଜୀ ମହାନ୍ତି ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି l
ସୂଚନାଯୋଗ୍ୟ ଯେ ମମିତ ମ୍ରୁତ୍ୟୁ ପ୍ରସଙ୍ଗ ରେ ବାସ୍ତବ ସ୍ଥିତି ଅନୁଧ୍ୟାନ ପାଇଁ ବିଜେପି ର ଏକ ତିନି ଜଣିଆ କେନ୍ଦ୍ରୀୟ ପ୍ରତିନିଧି ଦଳ ଓଡିଶା ଆସୁଛନ୍ତି ବୋଲି ସୂଚନା ମିଳିଛି l ତିନି ଜଣିଆ ପ୍ରତିନିଧି ଦଳରେ ମହିଳା ମୋର୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାନଥି ଶ୍ରୀନିବାସନ୍, ସାଂସଦ ସୁନିତା ଦୁଗଲ ଓ ବିଧାୟିକା ରୂପ ମିଶ୍ର ଚୌଧୁରୀ ପ୍ରମୁଖ ରହିଛନ୍ତି l