-+91-9937148622 |
prerana_bgr@rediffmail.com |
Wednesday 7th October 2026 |
R.N.I. Regd No. ODIODI/2010/46693
Breaking News
26-Oct-2021
ବିନିକା(ହିମାଂଶୁ ଶେଖର ପୁଟେଲ): ଆଜି ବିନିକାରେ ଚାଷୀ ମାନଙ୍କ ଏକ ବିଶାଳ ସମାବେଶ ହୋଇଥିଲା। ସମାବେଶରେ ବିନିକା ବ୍ଲକ ର ପ୍ରତ୍ୟେକ ଗ୍ରାମ ଏବଂ ଏନ୍ ଏ ସି ରୁ ଚାଷୀ ମାନେ ହଜାର ହଜାର ସଂଖ୍ୟାରେ ସ୍ଥାନୀୟ ଯୋଗେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଏକତ୍ରିତ ହୋଇ ସଭା କରିଥିଲେ ।ପରେ ସ୍ଥାନୀୟ ଯୋଗେଶ୍ୱର ମନ୍ଦିର ରୁ ଏକ ବିଶାଳ ଶୋଭାଯାତ୍ରା ରେ ବାହାରି ସହର ପରିକ୍ରମା କରି ତହସିଲ ଅଫିସକୁ ପହଞ୍ଚିଥିଲେ l ସେଠାରେ ତହସିଲଦାରଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଏକ ୧୧ ଦଫା ଦାବିପତ୍ର ପ୍ରଦାନ କରିଥିଲେ।ଦାବି ଗୁଡିକ ମଧ୍ୟରେ ଚାଷୀର ଧାନ ବିକ୍ରୟ ନିର୍ଦିଷ୍ଟ ଅବଧିକୁ ପୁର୍ନକାଳୀନ ଟୋକନ ବ୍ୟବସ୍ଥା କରାଯାଉ,ଚାଷୀର ଉତ୍ପାଦିତ ସମସ୍ତ ଧାନ କ୍ରୟ କରାଯାଉ,ଚାଷୀର ଧାନ ମଣ୍ଡିକୁ ଆସିବା ମାତ୍ରେ ତାକୁ ସେହିଦିନ ହି କିଣାଯାଉ,ଚାଷୀର ଧାନ ମଣ୍ଡୀକୁ ପହଂଚିବା ପରେ ରକ୍ଷଣାବେକ୍ଷଣ ଦାଇତ୍ୱ ମଣ୍ଡି ଅଧିକାରୀଙ୍କୁ ଦିଆଯାଉ ଓ
ତାର ମାନ ନିର୍ଣ୍ଣୟ ଅର ଏମ ସି କର୍ମଚାରୀ ଦ୍ୱାରା କରାଯାଉ,ଚାଷୀ ମାନକୁ ଧାନବସ୍ଥା ସୁତୁଳି ବୋଝେଇ ଓ ପରିବହନ ଖର୍ଚ ପ୍ରଦାନ କରାଯାଉ,ଧାନ ବିକ୍ରିପାଇଁ ଟୋକନ ବ୍ୟବସ୍ଥା ଜିଲ୍ଲା ସ୍ତରରେ କରାଯାଉ,ଏନଏସି ଅଞ୍ଚଳର ଚାଷୀ ମାନଙ୍କୁ କାଳିଆ ଯୋଜନା ରେ ଅନ୍ତର୍ଭୁକ୍ତ କରାଯାଉ,ଜିଲ୍ଲା ସ୍ତରୀୟ ପ୍ରୋକୁର୍ମେଣ୍ଟ ବୈଠକ ରେ ଚାଷୀମାନଙ୍କ ଦ୍ୱରା ମନୋନୀତ ଚାଷୀ ପ୍ରତିନିଧି ମାନକୁ ସାମିଲ କରାଯାଉ,ଉଠା ଜଳସେଚନ ମାଧ୍ୟମରେ ଚାଷକରୁଥିବା ଚାଷୀମାନଙ୍କର ବିଦ୍ୟୁତଶୁଳ୍କ ଛାଡ଼ କରାଯାଉ,ବ୍ଲକ ସ୍ତରୀୟ ଜଣେ କ୍ଷମତା ପ୍ରାପ୍ତ ନୋଡାଲ ଅଫିସରଙ୍କୁ ନିଯୁକ୍ତ କରି ଧାନ ବିକ୍ରୟ ସଂବଧିୟ ସମସ୍ତ ପ୍ରକାର ସମସ୍ୟା ସମାଧାନ କରିବାର ଦାଇତ୍ଵ ଦିଆଯାଉ,କୃଷି କ୍ଷେତ୍ରରେ ନିୟୋଜିତ ଶ୍ରମିକ ମାନଙ୍କୁ କୃଷି ଶ୍ରମିକ ମାନ୍ୟତା ପ୍ରଦାନ କରାଯାଇ ନିର୍ମାଣ ଶ୍ରମିକ ମାନଙ୍କ ଭଳି ସୁବିଧା ସୁଯୋଗ ଦିଆଯାଉ ଆଦି ଦାବି କରା ଯାଇଛି l