-+91-9937148622 |
prerana_bgr@rediffmail.com |
Wednesday 7th October 2026 |
R.N.I. Regd No. ODIODI/2010/46693
Breaking News
26-Oct-2021
ପଦ୍ମପୁର(ନିରଞ୍ଜନ ତ୍ରିପାଠୀ) : ପାଇକମାଲ ବିନ୍ଧ୍ୟବାସିନୀ ଡିଗ୍ରୀ କଲେଜଠାରେ କ୍ଲଷ୍ଟର ସ୍ତରୀୟ ରେଡ଼କ୍ରସ ର ତିନିଦିନିଆ ତାଲିମ ଓ ଶିକ୍ଷା ଶିବିର ମଙ୍ଗଳବାର ଉଦଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ଶ୍ୟାମଲାଲ ପ୍ରଧାନଙ୍କ ଦ୍ୱାରା ରେଡକ୍ରସ ପତାକା ଉତ୍ତୋଳିତ ହେବାପରେ ଉଦଘାଟନୀ ସମାରୋହ ଅନୁଷ୍ଠିତ ହୋଇଥିଲା । +୩ ମହାବିଦ୍ୟାଳୟର ଅଧ୍ୟକ୍ଷ ଲୋହିତ
କୁମାର ବାରିକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ ଅତିଥିମାନେ ରେଡ଼କ୍ରସର ପ୍ରାଣପ୍ରତିଷ୍ଠାତା ହେନେରୀ ଡ଼ୁନାଣ୍ଟ ଫଟୋଚିତ୍ର ସମ୍ମୁଖରେ ଧୂପ, ଦୀପ , ନାରିକେଳ ଅର୍ପଣକରି ଶିବିର ଉଦଘାଟନ କରିଥିଲେ । ଅଧ୍ୟାପକ ପ୍ରଦୀପ୍ତ କୁମାର ସାହୁ ସ୍ୱାଗତ ଭାଷଣ ଦେଇଥିଲେ । ପ୍ରଥମ ଅଧିବେଶନ ରେ ଝାରବନ୍ଧ ଡିଗ୍ରୀ କଲେଜର ଅଧ୍ୟାପକ ଖ୍ୟାତିମୟ ତ୍ରିପାଠୀ ବିଶେଷଜ୍ଞ ଭାବରେ ଯୋଗଦେଇ ରେଡ଼କ୍ରସ ର ଇତିହାସ, ଲକ୍ଷ୍ୟ, ଆଭିମୁଖ୍ୟ ସମ୍ପର୍କରେ ପ୍ରାଞ୍ଜଳ ଭାବରେ ବୁଝାଇଥିଲେ । ଦ୍ଵିତୀୟ ଅଧିବେଶନରେ ପାଇକମାଲ ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟର ପ୍ରଫେସର ଡକ୍ଟର ମାନଭଞ୍ଜନ ପଣ୍ଡା ପ୍ରାଥମିକ ଚିକତ୍ସା ସମ୍ପର୍କରେ ପ୍ରଶିକ୍ଷିତ କରାଇଥିଲେ । ପ୍ରଥମ ଦିନ ଶେଷ ସମୟରେ ପ୍ରବନ୍ଧ, ବକୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ବିନ୍ଧ୍ୟବାସିନୀ ଡିଗ୍ରୀ କଲେଜ ସହ ବିନ୍ଧ୍ୟବାସିନୀ
ଜୁନିୟର କଲେଜ, ମାଣ୍ଡୋସିଲ ଡିଗ୍ରୀ କଲେଜ, ମାଣ୍ଡୋସିଲ ଜୁନିୟର କଲେଜ, ଝାରବନ୍ଧ ଡିଗ୍ରୀ କଲେଜ, ଝାରବନ୍ଧ ଜୁନିୟର କଲେଜ, ଡ଼ଭା ଜୁନିୟର କଲେଜର ମୋଟ ଆଠ ଜଣ କାଉନସେଲର ଓ ବାଇଶି ଜଣ ସ୍ବେଛାସେବୀ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଚିନ୍ତାମଣି ମିଶ୍ର, ଦୟାସାଗର ନାୟକ, ସବିତା ଭୋଇ, ରଶ୍ମି ମହାଲିଙ୍ଗ, ଦେବକାନ୍ତ ନାୟକ, ପ୍ରେମସାଗର ସାହୁ ପ୍ରମୁଖ କାଉନସେଲର ଏବଂ ଆୟୋଜକ ଅଧ୍ୟାପକ ଦେବରାଜ ସାହୁ, ଅଧ୍ୟାପିକା ପୁଷ୍ପମଞ୍ଜରୀ ପ୍ରଧାନ ଓ ସମସ୍ତ ଶିକ୍ଷକ ଏବଂ ଅଣଶିକ୍ଷକ କର୍ମଚାରୀ ଶିବିରର ସଫଳ ଆୟୋଜନ ନିମିତ୍ତ ସୁଚାରୁରୂପେ ନିଜ ନିଜ ଦାୟିତ୍ୱ ନିର୍ବାହ କରିଥିଲେ । ଅଧ୍ୟାପକ ପ୍ରଭାତ କୁମାର ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ ।