-+91-9937148622 |
prerana_bgr@rediffmail.com |
Thursday 8th October 2026 |
R.N.I. Regd No. ODIODI/2010/46693
Breaking News
25-Oct-2021
ଉଲୁଣ୍ଡା(ଗୌରଚନ୍ଦ୍ର ପରିଛା) ଉଲୁଣ୍ଡା ବ୍ଲକ କୁତମେଣ୍ଡା ଠାରେ ଦୁଇ ଦିନ ଧରି ଚାଲିଥିବା ୨୮ ତମ ମାଁ ମାହେଶ୍ୱରୀ ଫୁଟବଲ ଟୁର୍ଣ୍ଣାମେଂଟ ଅନୁଷ୍ଠିତ ହୋଇଯାଇଛି । ଗୋପବନ୍ଧୁ ଯୁବକ ସଂଘ ପକ୍ଷରୁ ଆୟୋଜିତ ହୋଇଥିବା ଏହି ଟୁର୍ଣ୍ଣାମେଂଟରେ ଟାଙ୍ଗରପାଲିକୁ ହରାଇ ବ୍ରାହ୍ମଣିପାଲି ଦଳ ଚାମ୍ପିଅନ ହୋଇଛି । ପ୍ରଥମ ସେମିରେ ବଡମାଲକୁ ଟ୍ରାଇବ୍ରେକର ଜରିଆରେ ୩-୨ ଗୋଲରେ ହରାଇ ଟାଙ୍ଗରପାଲି ଏବଂ ଦ୍ୱିତିୟ ସେମିରେ ସୋନପୁରକୁ ୨-୦ ଗୋଲରେ ହରାଇ ବ୍ରାହ୍ମଣିପାଲି ଦଳ ଫାଇନାଲରେ ପ୍ରବେଶ କରିଥିଲା । ଫାଇନାଲରେ ଟାଙ୍ଗରପାଲିକୁ ୨-୦ ଗୋଲରେ ହରାଇ ବ୍ରାହ୍ମଣିପାଲି ଦଳ ଚାମ୍ପିଅନ ହୋଇଛି । ଖେଳକୁ ଅଭି ମହାନନ୍ଦ, କର୍ଣ୍ଣ ବେହେରା, ଲକ୍ଷ୍ମଣ ବେଲ, ନନ୍ଦୁ ନାଏକ, ଯୋଗେନ୍ଦ୍ର ଓରାମ ପରିଚାଲନା କରିଥିଲେ । ବିହାରିଲାଲ ମିଶ୍ରଙ୍କ ଅଧ୍ୟକ୍ଷତାରେ ହୋଇଥିବା ପୁରସ୍କାର ବିତରଣୀ ଉତ୍ସବରେ ସୋନପୁର ପିଡିଡିଆରଡିଏ ଡୋଲାମଣୀ ପଟେଲ, ବୀରମହାରାଜପୁର ଉପଜିଲ୍ଲାପାଲ ଅଶୋକ ଭୋଇ, ବିଡିଓ ହେମସାଗର ଭୋଇ, ଏବିଇଓ ବାରନା ଡୁଙ୍ଗଡୁଙ୍ଗ , ବ୍ଲକ ଉପାଧ୍ୟକ୍ଷ ଅଶୋକ ପଣ୍ଡା, ପିଇଓ ନରେଶ ତ୍ରୀପାଠୀ, ସନାତନ ମଲ୍ଲିକ, ରମେଶ ମାହାର, ସସ୍ମିତା ମେହେର, ଦୁର୍ଯ୍ୟୋଧନ ପର୍ଡୀଆ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ବିଜେତା ବ୍ରାହ୍ମଣିପାଲି ଏବଂ ଉପବିଜେତା ଟାଙ୍ଗରପାଲିକୁ ଟ୍ରଫି ସହ ପୁରସ୍କାର ପ୍ରଦାନ କରିଥିଲେ । ଅଭିଷେକ ନାଏକ, ଅଜିତ ପଟେଲ, ଅଜିତ ଧରୁଆ, ଜଗନ୍ନାଥ ଘିବଲା, କିଶୋର ନାଏକ, ଅମିତ ସାହୁ, ସୁଜିତ ମରପାଠୀ, ସୁବ୍ରତ ମହାଲିଙ୍ଗ, ଯୋଗେଶ୍ୱର ପୋଢ, ପ୍ରଫୁଲ୍ଲ ସାହୁ ପ୍ରମୁଖ ସହେଯାଗ କରିଥିଲେ ।