-+91-9937148622 |
prerana_bgr@rediffmail.com |
Thursday 8th October 2026 |
R.N.I. Regd No. ODIODI/2010/46693
Breaking News
25-Oct-2021
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ) : ସୁବର୍ଣ୍ଣପୁର ସହର ରେ ଗୋ ଶ୍ରଦ୍ଧା ଓ ସଡ଼କ ସୁରକ୍ଷା ଅଭିଯାନ ଜାରି ରହିଛି l ସହର ର ମୁଖ୍ୟ ରାସ୍ତା ରେ ଲାଠି ଧରି ନିଜେ ଗାଈ ଗୋରୁ ଘଉଡ଼ାଇ ଜନ ସାଧାରଣ ଙ୍କୁ ସଚେତନ କରାଇଲେ ଓ ଦୁର୍ଘଟଣା ମୁକ୍ତ ସହର, ଜ଼ିଲ୍ଲା ଗଢିବା ପାଇଁ ସଚେତନତା ବାର୍ତ୍ତା ଦେଲେ ପ୍ରଶାସନିକ ଅଧିକାରୀ ଓ ସ୍ବେଛାସେବୀ l ଏବଂ ରାସ୍ତା କୁ ଗାଈ ଗୋରୁ ଆଦୌ ନ ଛାଡି ନିଜେ ସୁରକ୍ଷିତ ରହି ଅନ୍ୟ ଙ୍କୁ
ସୁରକ୍ଷିତ ରଖିବାକୁ ମାଇକ ଯୋଗେ ପରାମର୍ଶ କରିଥିଲେ l ଆଜି ର ଏ ଅଭିଯାନ ରେ ସୁବର୍ଣ୍ଣପୁର ଆଞ୍ଚଳିକ ପରିବହନ ଅଧିକାରୀ ରବୀନ ପଟ୍ଟନାୟକ, ଅତିରିକ୍ତ ଆରଟିଓ ଶିବାଶିଷ ସାହୁ, ଜୁନିଅର ଏମ ଭି ଆଇ ଲୋକନାଥ ନାଏକ, ପୌର ସୂଚନା ଅଧିକାରୀ ଶିବ ପ୍ରସାଦ ସାହୁ, ସମାଜସେବୀ ଶ୍ରୀବତ୍ସ ମଲ୍ଲିକ, ଲଡ଼ୁକିଶୋର ମଲ୍ଲିକ, ଜ଼ିଲ୍ଲା ସ୍ୱାସ୍ଥ୍ୟ ପରିଦର୍ଶକ ପ୍ରମୋଦ ସାହୁ, ସ୍ୱଚ୍ଛ ଭାରତ କୋଡିନେଟର ମନୋରଞ୍ଜନ ତ୍ରିପାଠୀ, ରକ୍ତ ଡାତା ସଂଘ ଉଦ୍ୟୋକ୍ତl ମନୋଜ ପଣ୍ଡା, ଓ ପୋଲିସ ବିଭାଗ ଅଧିକାରୀ ପ୍ରମୁଖ ସକ୍ରିୟ ସାମିଲ ଥିଲେ l ସୁବର୍ଣ୍ଣପୁର ଜ଼ିଲ୍ଲାପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ ଙ୍କ ନିର୍ଦେଶ କ୍ରମେ ଅତିରିକ୍ତ ଜ଼ିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ ଙ୍କ ତତ୍ୱାବଧାନ ଓ ପରାମର୍ଶ କ୍ରମେ ଦୀର୍ଘ ମାସ ରୁ ଏ ଅଭିନଵ ଅଭିଯାନ ଚାଲୁ ରହିଛି l ଆଞ୍ଚଳିକ ପରିବହନ ବିଭାଗ ନେତୃତ୍ୱ ରେ ପୋଲିସ ଓ ପୌର ପ୍ରଶାସନ ଓ ସ୍ବେଛାସେବୀ ସଂଗଠନ ର ସହଯୋଗ ରେ ଆଜି ସୁବର୍ଣ୍ଣପୁର ସହର ର ନଳିନୀ ଛକ ରୁ ବସଷ୍ଟାଣ୍ଡ, ମଝି ପଡ଼ା , ମେଡିକାଲ ରାସ୍ତା, ଖଦାଳ ପଡ଼ା ଯାଏ ଦୁର୍ଘଟଣା ମୁକ୍ତ ସହର ଗଢିବା
ନିମନ୍ତେ ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା l ଗାଈ ଗୋରୁ ଙ୍କୁ ରାସ୍ତା ରେ ନ ଛାଡିବାକୁ , ଦୁର୍ଘଟଣା କୁ ରୋକିବା ସହିତ ଜ଼ିଲ୍ଲା ପ୍ରଶାସନ ର ଅଭିନଵ ଉଦ୍ୟମ କୁ "ଗୋ ଶ୍ରଦ୍ଧା" ସଡ଼କ ସୁରକ୍ଷା ଅଭିଯାନ କୁ ସଫଳ କରିବାକୁ ଲୋକଙ୍କୁ ଅନୁରୋଧ କରିଥିଲେ l ଆଞ୍ଚଳିକ ପରିବହନ ବିଭାଗ ର ରବୀନ୍ଦ୍ର ଦଳାଇ, ସରିତା ଲାକ୍ରା,ଲଷ୍ମୀ ମଲ୍ଲିକ,ରତ୍ନା କର ଭେସ୍ରା, ଓ ବିଭିନ୍ନ ଅନୁଷ୍ଠାନ ର କର୍ମକର୍ତା, ପ୍ରତିନିଧି ତଥା ସହରର ବୁଦ୍ଧିଜୀବୀ ଯୋଗଦାନ କରିବା ସହ ଅଭିଯାନ କୁ ସଫଳ କରିବା ପାଇଁ ସମସ୍ତ ଙ୍କ ସହଯୋଗ କାମନା କରିଥିଲେ l