-+91-9937148622 |
prerana_bgr@rediffmail.com |
Thursday 8th October 2026 |
R.N.I. Regd No. ODIODI/2010/46693
Breaking News
25-Oct-2021
ଉଲୁଣ୍ଡା(ଗୌରଚନ୍ଦ୍ର ପରିଛା) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ରମେଶ ପ୍ରଶାଦ ଡିଗ୍ରୀ ମହିଳା କଲେଜରେ ତିନିଦିନ ଧରି ଚାଲିଥିବା ୟୁଥ ରେଡକ୍ରସ ତାଲିମ ଶିବିର ଉଦଯାପିତ ହୋଇଯାଇଛି । ଅଧ୍ୟକ୍ଷା ସରିତା ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଯାପନୀ ସଭାରେ ଯୁବ ରେଡକ୍ରସ ସଂଯୋଜକ ଉମାକନ୍ତ ନାଗ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶିବିରର ଲକ୍ଷ ଓ ଉଦ୍ୟେଶ୍ୟ ଉପରେ ଆଲୋକପାତ କରିଥିଲେ । ସମ୍ମାନୀତ ଅତିଥି ଭାବରେ ଜିଲ୍ଲା ରେଡକ୍ରସ ଆବାହକ ମାରିଆନ୍ସ ଲାକ୍ରା, ଅଧ୍ୟାପକ ରାଜୀବ ଲୋଚନ ବେହେରା ଯୋଗଦେଇ ବକ୍ତବ୍ୟ ରଖିଥିଲେ । ପୁର୍ତ ପଟେଲ ସଭାପରିଚାଲନା କରିଥିଲେ । ଏହି ଅବଶରରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ପ୍ରବନ୍ଧ ଓ ବିତର୍କ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ସୁଜ୍ଞାନୀ ମହାକୁର, ଅନିସା ମହାକୁର, ଝିଲି ମେଣ୍ଡଲି, କୃପାଲିନୀ ଗୁରୁଙ୍କୁ ପୁରସ୍କୁତ କରାଯାଇଥିଲା । ମାଷ୍ଟର ଟ୍ରେନର ଭାବରେ ଡ. ସତ୍ୟନାରାୟଣ ହୋତା, ଜିଲ୍ଲା ପ୍ରାଥମିକ ସହାୟକ ପ୍ରଶିକ୍ଷକ ଉଦ୍ଧବ ପଧାନ, ଅଗ୍ନିଶମ ଅଧିକାରୀ ବରତ ଲାଲ ଏକ୍କା, ଡ. ବିଶ୍ୱନାଥ ମେହେର, ଏସଆଇ ଟଙ୍କଧର ଛତ୍ରୀଆ, ଅଧ୍ୟାପକ କିଶୋର ସାହୁ ଯୋଗଦେଇ ପ୍ରାକୃତିକ ବିପର୍ଯ୍ୟୟ, ପ୍ରାଥମିକ ଚିକିତ୍ସା, ଅଗ୍ନି ନିର୍ବାପକ, ଏଚଆଇଭ଼ି, ଶଡକ ସୁରକ୍ଷା ଉପରେ ତାଲିମ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପିକା ରୀନା ମେହେର, ସର୍ମୀଷ୍ଠା ମହାକୁର, ଅନିତା କର୍ଣ୍ଣ, ଅଧ୍ୟାପକ ଶୁଶିଲ ଭୋଇ, ପ୍ରମୁଖ ଉପସ୍ଥିତ ରହିଥିଲେ । ଶେଷରେ କଲ୍ୟାଣୀ ପାତ୍ର ଧନ୍ୟବାଦ ଦେଇଥିଲେ ।