-+91-9937148622 |
prerana_bgr@rediffmail.com |
Thursday 8th October 2026 |
R.N.I. Regd No. ODIODI/2010/46693
Breaking News
25-Oct-2021
ପାଟଣାଗଡ (ପ୍ରେରଣା ଖବର) :ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନିର୍ମଳ ଶାସନରେ ଅନୁପ୍ରାଣିତ ହୋଇ ପାଟଣାଗଡ ବିଧାୟକ ସରୋଜ ମେହେରଙ୍କ ଉପସ୍ଥିତିରେ ସୁନାମୁଦି ପଞ୍ଚାୟତର ୮୭ ଜଣ ବିଜେପି ଓ କଂଗ୍ରେସ ଦଳ ଛାଡି ବିଜେଡି ଦଳରେ ଯୋଗଦାନ କରିଛନ୍ତି l ଏହି ଅବସରରେ ଏକ ବୈଠକ ଆୟୋଜନ ହୋଇଥିଲା l ଏହି ବୈଠକରେ ଆଗାମୀ ଦିନର କାର୍ଯ୍ୟପନ୍ଥା ଓ ସଂଗଠନ ବିଷୟରେ ଆଲୋଚନା ହୋଇଥିଲା l
ସୂଚନାଯୋଗ୍ଯ, ପ୍ରତିଦିନ ପାଟଣାଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତ ର ଶତାଧିକ କଂଗ୍ରେସ ଓ ବିଜେପି କର୍ମୀ ବିଜେଡି ପ୍ରତି ନିଜର ଆସ୍ଥା ପ୍ରକଟ କରି ପାଟଣାଗଡ ଅଞ୍ଚଳରେ ବିଜେଡିର ସଂଗଠନକୁ ସୁଦୃଢ କରୁଛନ୍ତି l