-+91-9937148622 |
prerana_bgr@rediffmail.com |
Friday 9th October 2026 |
R.N.I. Regd No. ODIODI/2010/46693
Breaking News
25-Oct-2021
ବୀରମହାରାଜପୁର (ବିନୋଦ ପାଣ୍ଡେ ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଜଟେସିଂହା ପଞ୍ଚାୟତ ଅନ୍ତର୍ଗତ ମୁଣ୍ଡିଦମକ ବରମୁଣ୍ଡା ଭାଗବତ ଆଶ୍ରମରେ ହନୁମାନ ବିଗ୍ରହ ସ୍ଥାପନ ପାଇଁ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି ।ଗ୍ରାମନିକଟସ୍ଥ ପୋଖରୀରୁ ଗଙ୍ଗାମାତାଙ୍କୁ ଆବାହନ କରି ପୂଜାର୍ଚ୍ଚନା ପରେ ଶତାଧିକ ମହିଳା ପୂର୍ଣ କଳସୀ ଧରି ହନୁମାନ ମଣ୍ଡପ ଠାରେ କଳସ ସ୍ଥାପନ କରିଥିଲେ । ରତିକାନ୍ତ ଅନୁସାରସ୍ଥାପନେ ହନୁମାନ ବିଗ୍ରହ କରାଯାଇଥିଲା । ଏହି ଅବସରରେ ଏକ ଦିବସୀୟ ସୁନ୍ଦରା କାଣ୍ଡ ପାରାୟଣ ଅନୁଷ୍ଠିତ
ହୋଇଥିଲା । ଏଥିରେ ପୂଜକ ପଣ୍ଡିତ ଅମ୍ବିରିଶ ଚାନ୍ଦ ଓ ବନମାଳୀ ଚାନ୍ଦ ପୂଜା କାର୍ଯ୍ୟ ତୁଲାଇଥିଲେ । କେଦାର ପଧାନ , କୁମ୍ଭ, ବାୟା, ମୀନା, ରଞ୍ଜନ, ଶାନ୍ତି ପ୍ରମୁଖ କର୍ତ୍ତା ଦାଇତ୍ବ ତୁଲାଇଥିଲେ । ବ୍ୟାସ ବିଶ୍ବଜିତ ପଣ୍ଡା ଦ୍ବାରା ରାମାୟଣ ପାରାୟଣ ପଠନ କରିଥିଲେ । ମୁଣିଦମକ, ବରଘାଟ, ଯୁବରାଣୀ ସୀତା ପୁର ଗ୍ରାମବାସୀ ସହାୟତା କରିଥିଲେ । ଲକ୍ଷ୍ମଣ ପଧାନ, ରଞ୍ଜନ ପଧାନ, ମଙ୍ଗୁଲୁ ପଧାନ, ଅଧି ପଧାନ, ସୁବଳ ପଧାନ ପ୍ରମୁଖ ସହଯୋଗ କରିଥିଲେ ।