-+91-9937148622 |
prerana_bgr@rediffmail.com |
Thursday 8th October 2026 |
R.N.I. Regd No. ODIODI/2010/46693
Breaking News
25-Oct-2021
ସୋନପୁର(ମନୋରଞ୍ଜନ ତ୍ରିପାଠୀ) :-ସରକାରଙ୍କ ନିଷ୍ପତ୍ତି ଓ କୋଭିଡ୍ ମାର୍ଗଦର୍ଶିକା ଅନୁସାରେ ଦୀର୍ଘ ୧୮ ମାସ ଧରି ବନ୍ଦ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀରେ ଆରମ୍ଭ ହେଲା ଶ୍ରେଣୀ ଶିକ୍ଷାଦାନ । ପ୍ରତାପପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଯୁନିୟର ରେଡ୍ କ୍ରସ୍ ପରାମର୍ଶଦାତା ଗୋପେଶ ପଣ୍ଡାଙ୍କ ମାର୍ଗ ଦର୍ଶନରେ କୋଭିଡ଼ କଟକଣା ମଧ୍ୟରେ ବିଦ୍ୟାଳୟରେ ପ୍ରବେଶ ସମୟରେ ଛାତ୍ର ଛାତ୍ରୀ ମାନଙ୍କୁ ଥର୍ମାଲ୍ ସ୍କାନିଙ୍ଗ କରାଯିବା ସହିତ ହାତକୁ ସାନିଟାଇଜ୍ କରି ମାସ୍କ ପ୍ରଦାନ କରାଯାଇଥିଲା । ପରେ ତାଙ୍କୁ ଫୁଲ ଚନ୍ଦନ ଦେଇ
ସ୍ଵାଗତ କରାଯାଇଥିଲା । ପ୍ରଧାନ ଶିକ୍ଷୟିତ୍ରୀ ସନ୍ତୋଷିନୀ ନନ୍ଦଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ନିଜର ପୂର୍ବାନୁଭୁତି ବର୍ଣ୍ଣନା କରିବା ସହିତ ବିଦ୍ୟାଳୟ ପୁନଃ ଖୋଲିଥିବାରୁ ଅତ୍ୟନ୍ତ ଖୁସି ବ୍ୟକ୍ତ କରିଥିଲେ। ସହକାରୀ ଶିକ୍ଷକ ଜୟରାମ ପଣ୍ଡା, ଅକ୍ଷୟ କୁମାର ଜେନା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବାବେଳେ ଶିକ୍ଷୟିତ୍ରୀ ମହେନ୍ଦ୍ରୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।