-+91-9937148622 |
prerana_bgr@rediffmail.com |
Sunday 8th March 2026 |
R.N.I. Regd No. ODIODI/2010/46693
Breaking News
04-Nov-2020
କୋରାପୁଟ (ପ୍ରେରଣା ଖବର) - ଭାରସାମ୍ୟ ହରାଇ କଲଭର୍ଟରେ ପିଟି ହେଲା ବାଇକ୍ । ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ହୋଇଯାଇଛି । କୋରାପୁଟ ଜିଲ୍ଳା କାକିରିଗୁମ୍ମା ଥାନା ଅନ୍ତର୍ଗତ ପଞ୍ଚଡ଼ା ନିକଟରେ ଘଟିଛି ଏହି ଦୁର୍ଘଟଣା । ଖବର ଅନୁଯାୟୀ, ବାଇକରେ ପ୍ରତାପ ସାଗର ଓ ଜିତୁ ଭତ୍ରା ନାମକୁ ୨ ଯୁବକ ପଞ୍ଚଡ଼ାରୁ ଫେରୁଥିଲେ । ଫେରିବା ବାଟରେ ସେମାନେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା କଲଭର୍ଟରେ ପିଟି ହୋଇ ଯାଇଥିଲେ । ଫଳରେ ଦୁହେଁ ଛିଟିକି ପଡ଼ିଥିଲେ । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ, ଅନ୍ୟ ଜଣଙ୍କର କୋରାପୁଟ ମେଡିକାଲରେ ମୃତ୍ୟୁ ହୋଇଛି । କାକିରିଗୁମ୍ମା ପୋଲିସ୍ ଏନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି!! L