-+91-9937148622 |
prerana_bgr@rediffmail.com |
Saturday 10th October 2026 |
R.N.I. Regd No. ODIODI/2010/46693
Breaking News
25-Oct-2021
ବିନିକା(ହିମାଂଶୁ ଶେଖର ପୁଟେଲ) ବିନିକା ବ୍ଲକ ଅନ୍ତର୍ଗତ ଵାବୁପାଲି ପଞ୍ଚାୟତ ପଳସାପାଲି ତ୍ରିବେଣୀ ଛକ ଠାରେ ବାବୁପାଳୀ,ବାଗଡ଼ିଆ,ପଲସାପାଳି ଗ୍ରାମର ଯୁବଗୋଷ୍ଠୀ ଓ ଅମୃତ କୁଟୁମ୍ବର ମିଳିତ ଉଦ୍ୟମରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଏଥିରେ ୮୫ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା l ଏଥିରେ ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଜିଲ୍ଲା ରକ୍ତଦାତା ସଂଘର ସଭାପତି ତଥା ସମାଜସେବୀ ମନୋଜ କୁମାର ପଣ୍ଡା ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ l ବୁର୍ଲା ରକ୍ତ ଭଣ୍ଡାର ଅଧିକାରୀ ଡ ଚିତ୍ତରଞ୍ଜନ ପଣ୍ଡାଙ୍କ ନେତୃତ୍ଵ ରେ ଦେବାଶିଷ ମିଶ୍ର, ଲାଲୁ ବିଶ୍ଵାଳ,ଜନକ ଦେହେରି,ପ୍ରହଲ୍ଲାଦ ଭୋଇ ପ୍ରମୁଖ ଆସି ରକ୍ତ ସଂଗ୍ରହ କରିଥିଲେ lଶିବିର ପରିଚାଳନାରେ ସୌମିତ୍ରି ପ୍ରଧାନ,ସତ୍ୟ ନାରାୟଣ ପଣ୍ଡା,ବଂଶୀଧର ବେହେରା, ପ୍ରଶନ୍ନ ବଡ଼ପଣ୍ଡା,ଧୀରେନ୍ଦ୍ର ପ୍ରଧାନ,ସୁରୁବାବୁ ପ୍ରଧାନ,ଜୟନ୍ତ ସେଠ୍,ନାରାୟଣ ମହାକୁର,ସୁଧାଂଶୁ ବଡ଼ପଣ୍ଡା,ସାମ୍ବାଦିକ ସଦାନନ୍ଦ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ l