-+91-9937148622 |
prerana_bgr@rediffmail.com |
Saturday 10th October 2026 |
R.N.I. Regd No. ODIODI/2010/46693
Breaking News
25-Oct-2021
ପଦ୍ମପୁର(ନିରଞ୍ଜନ ତ୍ରିପାଠୀ) : ଜାତୀୟ ସେବା ଯୋଜନା(ଏନଏସଏସ) ଅଞ୍ଚଳ ମହାବିଦ୍ୟାଳୟ ପଦ୍ମପୁର ପକ୍ଷରୁ ବରିକେଲ ଗ୍ରାମଠାରେ ପୂଜା ସ୍ପେସିଆଲ କ୍ୟାମ୍ପ ଅନୁଷ୍ଠିତ ହୋଇଯାଇଛି l ଏ ପରିପ୍ରେକ୍ଷୀରେ ଆୟୋଜିତ ଏକ ସଭାରେ ଅଞ୍ଚଳ ମହାବିଦ୍ୟାଳୟ ଓଡ଼ିଆ ବିଭାଗର ଅଧ୍ୟାପକ ଡଃ ଦୁଃଖିଶ୍ୟାମ ସାହୁ ସଭାପତିତ୍ବ ସହ ଅତିଥି ପରିଚୟ ପ୍ରଦାନ ପୂର୍ବକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ l ମୁଖ୍ୟ ଅତିଥି ଭାବେ ଅଞ୍ଚଳ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ଅଧ୍ୟାପିକା ସଂଧ୍ୟାରାଣୀ କୁଅଁର ଯୋଗଦାନ
କରି ବେଟି ପଢାଓ ବେଟି ବଚାଓ ସମ୍ପର୍କରେ ଆଲୋଚନା କରିଥିଲେ l ମୁଖ୍ୟବକ୍ତା ଭାବେ ପ୍ରକୃତି ବଂଧୁ ମୀନକେତନ ସାହୁ ଯୋଗଦାନ କରି ପରିବେଶ ସୁରକ୍ଷା, ପ୍ରାକୃତିକ ବିପର୍ଯ୍ୟୟ, ସ୍ୱଚ୍ଛତା ଓ ବର୍ଜ୍ୟବସ୍ତୁ ପରିଚାଳନା ସମ୍ପର୍କରେ ବିସ୍ତୃତ ବର୍ଣ୍ଣନା କରିବା ସହିତ ଗ୍ଳୋବାଲ ଓ୍ୱାର୍ମିରୁ ରକ୍ଷା ପାଇବା ପାଇଁ ପର୍ଯ୍ୟାପ୍ତ ପରିମାଣରେ ବୃକ୍ଷରୋପଣ, ସଂରକ୍ଷଣ ପାଇଁ ସମସ୍ତେ ସାମିଲ ହେବାକୁ ଅନୁରୋଧ କରିଥିଲେ l ସମ୍ମାନୀତ ଅତିଥି ଭାବେ ଅଧ୍ୟାପିକା ବୁନିଲତା ସାହୁ, ଇତିହାସ ବିଭାଗ ଅଞ୍ଚଳ ମହାବିଦ୍ୟାଳୟ ପଦ୍ମପୁର ଓ ସଞ୍ଜୟ ଡିଗା, ଅଧ୍ୟାପକ
ଦର୍ଶନଶାସ୍ତ୍ର ଅଞ୍ଚଳ ମହାବିଦ୍ୟାଳୟ ପଦ୍ମପୁର ଯୋଗଦାନ କରିଥିଲେ l ଅଞ୍ଚଳ ମହାବିଦ୍ୟାଳୟ ଏନଏସଏସ ଛାତ୍ରଛାତ୍ରୀ ଙ୍କ ଦ୍ଵାରା ଏକ ପଥପ୍ରାନ୍ତ ନାଟକ "ଟିକେ ଶୁନତ" ମଞ୍ଚସ୍ଥ କରାଯାଇଥିଲା l ଏହାକୁ ଅଧ୍ୟାପିକା ବୁନିଲତା ସାହୁ ପରିଚାଳନା କରିଥିବା ବେଳେ ଏନଏସଏସ ପ୍ରୋଗ୍ରାମ ଅଫିସର ଅଧ୍ୟାପକ ସଞ୍ଚୟ ଡିଗା ଧନ୍ୟବାଦ ଅର୍ପଣ କରିଥିଲେ l