-+91-9937148622 |
prerana_bgr@rediffmail.com |
Tuesday 13th October 2026 |
R.N.I. Regd No. ODIODI/2010/46693
Breaking News
23-Oct-2021
ଉଲୁଣ୍ଡା (ଗୌରଚନ୍ଦ୍ର ପରିଛା) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ସଦରରେ ତୁଲଶି ରାମାୟଣ ନବାହ ପାରାୟଣ ଉଦଯାପିତ ହୋଇଯାଇଛି । ପ୍ରଥମ ଦିବସରେ ଡାଲଡବା ବିମେଲେଶ୍ୱରଙ୍କ ଜଲସୟରୁ କଲଶ ଯାତ୍ରା କରାଯାଇ ପାରାୟଣ ସ୍ଥଳିରେ ସ୍ଥାପନ କରାଯାଇଥିଲା । ପ୍ରତ୍ୟହ ପୂଜର୍ଚନା ପରେ ସକାଲ ପ୍ରାୟ ୯ ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ପୂରାଣ ବ୍ୟାସ ଅନନ୍ତ ଚରଣ ପଣଯଡା ନିଜ ସାଥି ମନୋଜ ବାରିକ, ପଂଚା ବାଗ ଓ ନିରଂଜନ ସାହୁଙ୍କ ସହ ସଙ୍ଗୀତ ମୟ ପାରାୟଣ କରିଥିଲେ । ପୂଜକ ଭାବରେ ରାଜକିଶୋର ପୁରୋହିତ ରହିଥିବା ବେଳେ ଅଲେଖ ସେଠୀ ଓ କାନ୍ତି ସେଠୀ କର୍ତା ଦାଇତ୍ୱ ତୁଲାଇଥିଲେ । ବିଶେଷକରି ରାମଜନ୍ମ, ସୀତାବିବାହ ଏବଂ ଶ୍ରୀରାମ ଅଭୀଷେକ ଉତ୍ସବକୁ ଧୁମ ଧାମରେ ପାଳନ କରାଯାଇଥିବା ବେଳେ ବହୁ ସ୍ରଦ୍ଧାଲୁଙ୍କ ସମାବେଶ ହୋଇଥିଲା । କାହ୍ନୁ ଚରଣ ନାୟକ ସଂଯୋଜନା କରିଥିଲେ ।