-+91-9937148622 |
prerana_bgr@rediffmail.com |
Tuesday 13th October 2026 |
R.N.I. Regd No. ODIODI/2010/46693
Breaking News
23-Oct-2021
ଉଲୁଣ୍ଡା (ଗୌରଚନ୍ଦ୍ର ପରିଛା) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଲସ୍ତଲା ପଂଚାୟତର ତୁରୀପଡାରେ ସପ୍ତାହ ବ୍ୟାପି ଚାଲିଥିବା ଅଷ୍ଟକୋଟୀ ମଙ୍ଗଲା ପୂଜା ଉଦଯାପିତ ହୋଇଯାଇଛି । ପଡାବାସୀଙ୍କ ଦ୍ୱରା ଆୟୋଜିତ ଏହି ପୁଜାକାର୍ଯ୍ୟ ପ୍ରତ୍ୟହ ସଂଧ୍ୟାରୁ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ଚାଲିଥିଲା । ପୂଜକ ମାଧବ ବାଗ, ବୈଶାଖୁ ବାଗ ପୁଜାର୍ଚନା କଲାପରେ ନିୁଲୁ ନାଏକ, ଜିବର୍ଦ୍ଧନ ଭୋଇ, ବୈଶାଖୁ ନାଏକ, ଛାଲ ଗୁରୁ, ରାଜୁ ନାଏକ, ଫଗୁନୁ ନାଏକ, ମୁରଳି ନାଏକ, ବଲିଆ ନାଏକ, ଶିବା ନାଏକଙ୍କ ଦେହରେ ଦେବୀ ଶବାର ହୋଇଥିଲେ । ଉକ୍ତ ବରୁଆ ମାନଙ୍କୁ ପଡାରେ ପ୍ରତ୍ୟକ ଘରେ ପୁଜାର୍ଚନା କରାଯାଇଥିଲା । ଆଜି ଉଦଯାପନୀ ଅବଶରରେ ବରୁଆମାନଙ୍କ ସହ ବ୍ରତଧାରୀ ମହିଲା ମାନେ ନିଆଁରେ ଚାଲିଥିଲେ । ବିଶେଷକରି ବରୁଆ ମାନଙ୍କ କଂଟା ଦୁଲିରେ ଦୁଲିବା ଦୃଶ୍ୟ ଦେଖିବା ପାଇଁ ଶ୍ରଦ୍ଧାଲୁଙ୍କ ସମାଗମ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଗୁରୁଦେବ ନାଏକ, ହରିହର ନାଏକ, ବୃନ୍ଦାବନ ନାଏକ, ଦେବାଶିଷ ନାଏକଙ୍କ ପ୍ରମୁକ ସହଯୋଗ କରିଥିଲେ ।