-+91-9937148622 |
prerana_bgr@rediffmail.com |
Wednesday 14th October 2026 |
R.N.I. Regd No. ODIODI/2010/46693
Breaking News
22-Oct-2021
ପାଟଣାଗଡ (ପୂର୍ଣ୍ଣ ଶଶି ଶେଖର ରାଓ) ପାଟଣାଗଡ଼ କେନ୍ଦୁପତ୍ର ଡିଭିଜନ ଅଧୀନରେ କାର୍ଯ୍ୟରତ ସିଜି ନାଲ୍ କର୍ମଚାରି ମାନଙ୍କ୍ ଆହ୍ଵାନ କ୍ରମେ କେନ୍ଦୁମୁଣ୍ଡି ଠାରେ କେନ୍ଦୁପତ୍ର ଶ୍ରମିକ କର୍ମଚାରୀ ମାନଙ୍କ ଏକ ସାଧାରଣ ସଭା ଅନୁଷ୍ଠିତହୋଇଯାଇଛି। ଚନ୍ଦ୍ରମଣି ମଲ୍ଲିକ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ କେନ୍ଦୁପତ୍ର ବିଭାଗର ରୁତୁ କାଳୀନ ଶ୍ରମିକ କର୍ମଚାରୀ ମାନଙ୍କ ନ୍ୟାୟ ଦାବି ଏବଂ ମୁଖ୍ୟ ସମସ୍ୟା ଉପରେଆଲୋଚନା କରାଯାଇଥିଲା। ଦାବି ଗୁଡିକ ମଧ୍ୟରେ କେନ୍ଦୁପତ୍ର ବିଭାଗ ରେ କାର୍ୟ ରତ ମେଟ୍ ଭର୍ତି ଚପରାସି ମୁନସୀ ଚେକର ହେଡ୍ ଚେକର ସର୍କଲ୍ ଚେକର ବନ୍ଧେଇ ଚେକର ମାନଙ୍କୁ ସ୍ଥାୟୀନିଯୁକ୍ତି ପ୍ରଦାନକରିବା। ଭାରତ ରେ କେନ୍ଦୁପତ୍ର କୁ ସବୁଜ ହୀରା ଆକ୍ଷ। ଦିଆଯାଇଛି।ଓଡିଶା ରାଜ୍ୟ ତଥା ପଶ୍ଚିମ ଓଡିଶା କେନ୍ଦୁପତ୍ର ତଥା ସବୁ ହୀରା ଉତ୍ପାଦନ କରିବାର ମୁଖ୍ୟ ଅବଦାନ ରହିଛି। କେନ୍ଦୁପତ୍ର ରୁ ସରକାର କୋଟି କୋଟିଟଙ୍କାର ରାଜସ୍ୱ ପାଉଛି। ଓଡ଼ଶାର କେନ୍ଦୁପତ୍ର ବିଭାଗ ଲାଭ ଜନକ ବିଭାଗ ତେଣୁ ଓଡିଶା ଠିକା କର୍ମ ଚାରି ଙ୍କୁ ସ୍ଥାୟୀ ନିଯୁକ୍ତି ଦେବାକୁ କେନ୍ଦୁପତ୍ର ବିଭାଗର ସମସ୍ତ କର୍ମଚାରୀ ମାନଙ୍କୁ ସ୍ଥାୟୀନିଯୁକ୍ତିଦେବା ,ପେନସନ ପ୍ରଦାନକରିବା, ଗ୍ରାଜୁଏଟ୍ ବୃଦ୍ଧି କରିବା, ଛାତ୍ର ବୃତ୍ତି ପ୍ରଦାନ କରିବା, ବିବାହ ଆର୍ଥିକ ସହାୟତା ପ୍ରଦାନକରିବା,। ବୋନସ ବୃଦ୍ଧିକରିବା, କେନ୍ଦୁ ପତ୍ର ବନ୍ଧାଲି ତୋଳାଲି,ଗୁଛ।କଟାଲି,ବିଡି ଶ୍ରମିକ ମାନଙ୍କୁ ୫୦୵ ବୋନସ ପ୍ରଦାନକରିବା ସମନ୍ଧରେ ଓଡ଼ଶା ର ମୁଖ୍ୟ ମନ୍ତ୍ରୀ ଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିବାକୁ ସର୍ବସମ୍ମତି କ୍ରମେ ନିଷ୍ପତ୍ତିଗ୍ରହଣ କରାଯାଇଛି।କେନ୍ଦୁପତ୍ର ଶ୍ରମିକ କର୍ମଚାରୀସଂଘର ନୃତନ କର୍ମକର୍ତ୍ତା ଭବରେ ନିରଞ୍ଜନ ବିଶି, ସଭାପତି,ପୁରୁଷୋତ୍ତମ ଧାରୁଆ କାର୍ଯ୍ୟ କରି ସଭାପତି, ରଘୁନାଥ ବାଗ ଉପସଭାପତି,ଲଳିତ ମଲ୍ଲିକ ସମ୍ପାଦକ, ବାଳମୁକୁନ୍ଦ କୂଅର ସଂଗଠକ, ଭୀଷ୍ମ ମଲ୍ଲିକ ଯୁଗ୍ମସଂପାଦକ, ପାଣ୍ଡବ ଭୋଇ କୋଷାଧ୍ୟକ୍ଷ, ବିଶିଷ୍ଟ ଆଇନ ଯିବି ପ୍ରମୋଦ ମିଶ୍ର, ଆଇନ ପରାମର୍ଶଦାତା ଉପଦେଷ୍ଟା କାର୍ଯ୍ୟ କରି ସଭ୍ୟ ଭାବରେ ଗିରିଧର ଭୋଇ,ଘନ ଭୋଇ ପର୍ଶୁରାମ ରାଉତ୍, କୀର୍ତ୍ତନ ବରିହା କରୁଣା ବଗର୍ତ୍ତୀ ରଘୁନାଥ ମଲ୍ଲିକ ତ୍ରିନାଥ ସାହୁ ପ୍ରମୁଖ ସର୍ବସମ୍ମତି କ୍ରମେ ନିର୍ବଚିତ ହୋଉଥିଲେ। ପାଟଣାଗଡ କେନ୍ଦୁପତ୍ର ଡିଭିଜନ ଅନ୍ତର୍ଗତ ୮ ଟି ରେଞ୍ଜ ର କର୍ମଚାରୀ ସଭାରେଯୋଗଦେଇ ଥିବା ବେଳେ ଗିରିଧର ଭୋଇ ସଭା ପରିଚାଳନାକରିଥିଲେ। ଓ ପାଣ୍ଡବ ଭୋଇ ଧନ୍ୟବାଦ ଅର୍ପଣକରିଥିଲେ।