-+91-9937148622 |
prerana_bgr@rediffmail.com |
Saturday 17th October 2026 |
R.N.I. Regd No. ODIODI/2010/46693
Breaking News
19-Oct-2021
ବଲାଙ୍ଗୀର,ରାଜ୍ୟ ଓ କେନ୍ଦ୍ର ସରକାର ଗରିବଙ୍କ ପାଇଁ ବିଡିଏସ୍ ସାମଗ୍ରୀ ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି । ହେଲେ ଯୋଗାଣ ବିଭାଗ ଅଧିକାରୀ, ଡିଲର ଙ୍କ ସହ ମିଳିମିଶି ଗରିବଙ୍କ ପାଇଁ ଆସୁଥିବା ପିଡିଏସ୍ ସାମଗ୍ରୀ ହଡପ କରୁଛନ୍ତି । ପ୍ରତି ମାସରେ ଲକ୍ଷାଧିକ ଟଙ୍କାର ମୁନାଫା କମାଉଛନ୍ତି । ହିତାଧିକାରୀମାନେ ପିଡିଏସ୍ ସାମଗ୍ରୀ ନେବାକୁ ଗଲେ ଧମକ ଚକମ ଦେଇ ଫେରାଇ ଦେଉଛନ୍ତି । ଯୋଗାଣ ବିଭାଗ ପାଖରେ ଅଭିଯୋଗ କଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ବଦଳରେ ଅନୁକମ୍ପା ଦେଖାଉଛନ୍ତି । ବଲାଙ୍ଗିରର ମାନ୍ୟବର ବିଧାୟକ ନରସିଂହ ମିଶ୍ର ଏହି ଦୁର୍ନିତିକୁ ଯୋଗାଣ ଅଧିକାରୀଙ୍କୁ ଚିଠି ଲେଖି ପ୍ରଶ୍ନ କରିଥିଲେ । ଉକ୍ତ ଚିଠିର ଉତ୍ତର ଦେଇ ନ ପାରି ବିକ୍ରମ ମାଝି ଏକା ସାଧା କାଗଜରେ ଉତ୍ତର ବାବଦରେ ପଠାଇଥିଲେ । ଯାହାକି ବିଧାୟକ ଶ୍ରୀ ମିଶ୍ରଙ୍କୁ ଅସମ୍ମାନ କରାଯାଇଛି ବୋଲି ସୋମବାର ନଗର କଂଗ୍ରେସ କମିଟି ପକ୍ଷରୁ ସିଏସ୍ଓ ଅଫିସ ସମ୍ମୁଖରେ କଂଗ୍ରେସ କର୍ମକର୍ତ୍ତାମାନେ ଜିଲ୍ଲା ପ୍ରଶାସନ, ଯୋଗାଣ ବିଭାଗ ଉପରେ ବର୍ଷିଥିଲେ । ନଗର କଂଗ୍ରେସ ସଭାପତି ବୁଲୁ ଦାନୀଙ୍କ ନେତୃତ୍ୱରେ ସିଏସ୍ଓ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧରଣା ଦିଆଯାଇଥିଲା । ଏହି ସଭାରେ ପିଡିଏସ୍ ସାମଗ୍ରୀ ପାଇବାରୁ ବଂଚିତ ହୋଇଥିବା ୩ ନଂ. ୱାର୍ଡର ହିତାଧିକାରୀମାନେ ଉପସ୍ଥିତ ଥିଲେ । ନିଜର ରାସନ କାର୍ଡ ସହ କିଭଳି ଭାବେ ଡିଲରମାନଙ୍କ ଠାରୁ ଅତ୍ୟାଚାର ହେଉଛନ୍ତି ସେ ଉପରେ ଅଭିଯୋଗ କରିଥିଲେ । ସମସ୍ତ ତଥ୍ୟ, ପ୍ରମାଣ ଥାଇ ଅଭିଯୋଗ କଲେ ମଧ୍ୟ ଯୋଗାଣ ବିଭାଗ ଅଧିକାରୀ ତଦନ୍ତ ଆଳରେ ଡିଲରମାନଙ୍କ ସହ ସଲାସୁତୁରା କରି କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁନାହାନ୍ତି । ଏପରି ସିଏସ୍ଓ ମଧ୍ୟ ଜାଣିଶୁଣି ଚୁପ୍ ବସିଯାଉଛନ୍ତି । କେବଳ ବଲାଙ୍ଗିର ନଗର ନୁହେଁ ସମଗ୍ର ଜିଲ୍ଲାରେ ଏଭଳି ବିଡିଏସ୍ ସାମଗ୍ରୀ ଦୁର୍ନିତି ହେଉଥିବା ଜଣାପଡୁଛି । ଆଗାମୀ ଦିନରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆନ୍ଦୋଳନ ଜୋରଦାର ହେବ ବୋଲି ଚେତାବନୀ ଦେଇଛନ୍ତି । ଏହା ସହ ଦୁର୍ନିତିରେ ଲିପ୍ତ ଥିବା ଯୋଗାଣ ଅଧିକାରୀ, ସଂପୃକ୍ତ ବଣ୍ଟନ ସଂସ୍ଥା ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରିଛନ୍ତି । ଶେଷରେ ଯୋଗାଣ ଅଧିକାରୀ ବିକ୍ରମ ମାଝିଙ୍କ ଜରିଆରେ ଜିଲ୍ଲାପାଳ ଚଞ୍ଚଳ ରଣାଙ୍କ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କଂଗ୍ରେସ, ମହିଳା କଂଗ୍ରେସ, ଯୁବ କଂଗ୍ରେସ, ଛାତ୍ର କଂଗ୍ରେସର କର୍ମକର୍ତ୍ତା ଉପସ୍ଥିତ ରହିଥିଲେ ।ମିଳିମିଶି ଖାଇଦେଲେ ପିଡିଏସ୍ ସାମଗ୍ରୀ : ନଗର କଂଗ୍ରେସ
ସିଏସ୍ଓଙ୍କ ଉତ୍ତରରେ ବିଧାୟକଙ୍କୁ ଅସମ୍ମାନ,
ସିଏସ୍ଓ ଅଫିସ ସମ୍ମୁଖରେ ବିକ୍ଷୋଭ
ବଲାଙ୍ଗୀର,ରାଜ୍ୟ ଓ କେନ୍ଦ୍ର ସରକାର ଗରିବଙ୍କ ପାଇଁ ବିଡିଏସ୍ ସାମଗ୍ରୀ ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି । ହେଲେ ଯୋଗାଣ ବିଭାଗ ଅଧିକାରୀ, ଡିଲର ଙ୍କ ସହ ମିଳିମିଶି ଗରିବଙ୍କ ପାଇଁ ଆସୁଥିବା ପିଡିଏସ୍ ସାମଗ୍ରୀ ହଡପ କରୁଛନ୍ତି । ପ୍ରତି ମାସରେ ଲକ୍ଷାଧିକ ଟଙ୍କାର ମୁନାଫା କମାଉଛନ୍ତି । ହିତାଧିକାରୀମାନେ ପିଡିଏସ୍ ସାମଗ୍ରୀ ନେବାକୁ ଗଲେ ଧମକ ଚକମ ଦେଇ ଫେରାଇ ଦେଉଛନ୍ତି । ଯୋଗାଣ ବିଭାଗ ପାଖରେ ଅଭିଯୋଗ କଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ବଦଳରେ ଅନୁକମ୍ପା ଦେଖାଉଛନ୍ତି । ବଲାଙ୍ଗିରର ମାନ୍ୟବର ବିଧାୟକ ନରସିଂହ ମିଶ୍ର ଏହି ଦୁର୍ନିତିକୁ ଯୋଗାଣ ଅଧିକାରୀଙ୍କୁ ଚିଠି ଲେଖି ପ୍ରଶ୍ନ କରିଥିଲେ । ଉକ୍ତ ଚିଠିର ଉତ୍ତର ଦେଇ ନ ପାରି ବିକ୍ରମ ମାଝି ଏକା ସାଧା କାଗଜରେ ଉତ୍ତର ବାବଦରେ ପଠାଇଥିଲେ । ଯାହାକି ବିଧାୟକ ଶ୍ରୀ ମିଶ୍ରଙ୍କୁ ଅସମ୍ମାନ କରାଯାଇଛି ବୋଲି ସୋମବାର ନଗର କଂଗ୍ରେସ କମିଟି ପକ୍ଷରୁ ସିଏସ୍ଓ ଅଫିସ ସମ୍ମୁଖରେ କଂଗ୍ରେସ କର୍ମକର୍ତ୍ତାମାନେ ଜିଲ୍ଲା ପ୍ରଶାସନ, ଯୋଗାଣ ବିଭାଗ ଉପରେ ବର୍ଷିଥିଲେ । ନଗର କଂଗ୍ରେସ ସଭାପତି ବୁଲୁ ଦାନୀଙ୍କ ନେତୃତ୍ୱରେ ସିଏସ୍ଓ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧରଣା ଦିଆଯାଇଥିଲା । ଏହି ସଭାରେ ପିଡିଏସ୍ ସାମଗ୍ରୀ ପାଇବାରୁ ବଂଚିତ ହୋଇଥିବା ୩ ନଂ. ୱାର୍ଡର ହିତାଧିକାରୀମାନେ ଉପସ୍ଥିତ ଥିଲେ । ନିଜର ରାସନ କାର୍ଡ ସହ କିଭଳି ଭାବେ ଡିଲରମାନଙ୍କ ଠାରୁ ଅତ୍ୟାଚାର ହେଉଛନ୍ତି ସେ ଉପରେ ଅଭିଯୋଗ କରିଥିଲେ । ସମସ୍ତ ତଥ୍ୟ,
ପ୍ରମାଣ ଥାଇ ଅଭିଯୋଗ କଲେ ମଧ୍ୟ ଯୋଗାଣ ବିଭାଗ ଅଧିକାରୀ ତଦନ୍ତ ଆଳରେ ଡିଲରମାନଙ୍କ ସହ ସଲାସୁତୁରା କରି କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁନାହାନ୍ତି । ଏପରି ସିଏସ୍ଓ ମଧ୍ୟ ଜାଣିଶୁଣି ଚୁପ୍ ବସିଯାଉଛନ୍ତି । କେବଳ ବଲାଙ୍ଗିର ନଗର ନୁହେଁ ସମଗ୍ର ଜିଲ୍ଲାରେ ଏଭଳି ବିଡିଏସ୍ ସାମଗ୍ରୀ ଦୁର୍ନିତି ହେଉଥିବା ଜଣାପଡୁଛି । ଆଗାମୀ ଦିନରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆନ୍ଦୋଳନ ଜୋରଦାର ହେବ ବୋଲି ଚେତାବନୀ ଦେଇଛନ୍ତି । ଏହା ସହ ଦୁର୍ନିତିରେ ଲିପ୍ତ ଥିବା ଯୋଗାଣ ଅଧିକାରୀ, ସଂପୃକ୍ତ ବଣ୍ଟନ ସଂସ୍ଥା ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରିଛନ୍ତି । ଶେଷରେ ଯୋଗାଣ ଅଧିକାରୀ ବିକ୍ରମ ମାଝିଙ୍କ ଜରିଆରେ ଜିଲ୍ଲାପାଳ ଚଞ୍ଚଳ ରଣାଙ୍କ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କଂଗ୍ରେସ, ମହିଳା କଂଗ୍ରେସ, ଯୁବ କଂଗ୍ରେସ, ଛାତ୍ର କଂଗ୍ରେସର କର୍ମକର୍ତ୍ତା ଉପସ୍ଥିତ ରହିଥିଲେ ।