-+91-9937148622 |
prerana_bgr@rediffmail.com |
Saturday 17th October 2026 |
R.N.I. Regd No. ODIODI/2010/46693
Breaking News
19-Oct-2021
ବଲାଙ୍ଗିର (ସନ୍ତୋଷ କୁମାର ଠାକୁର) :ବଲାଙ୍ଗିର ସହର ଭିତରେ ଗଞ୍ଜେଇ ସହ ଜଣଙ୍କୁ ମାଡ଼ିବସିଲା ଟାଉନ ପୋଲିସ। ରାତି ପ୍ରାୟ ୯ ଟା ସମୟରେ ଏକ ବାଇକ ପଛରେ ବନ୍ଧାହୋଇ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇଥିଲା ଟାଉନ ଥାନା ପୋଲିସ। ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ଧୁମାଭଟା ଗ୍ରାମରୁ ବଲାଙ୍ଗିରକୁ ବାଇକ ଯୋଗେ ପ୍ରାୟ ୨୮ କିଲୋ ଗଞ୍ଜେଇ ଅଣାଯାଉଥିଲା। ବଲାଙ୍ଗିର ପଟଣାଗଡ଼ ରୋଡ଼ ସ୍ଥିତ ଲିଟିଲଫ୍ଲାୱାର ସ୍କୁଲ ନିକଟରେ ଯୋଜନା ମୁତାବକ
ଗଜିବସିଥିବା ପୋଲିସ, ବାଇକ ଚାଳକ ଉପରେ ହଟାତ ମାଡ଼ିବସିଥିଲା। ଉକ୍ତ ଜବତ ଗଞ୍ଜେଇର ଆନୁମାନିକ ବଜାର ମୁଲ୍ୟ ୧ଲକ୍ଷ ୨୫ ହଜାର ଟଙ୍କା ହୋଇଥିବା ସୂଚନା ଦେଇଛନ୍ତି ସଦର ଏସ ଡି ପି ଓ ତୋଫାନ ବାଗ। ବଲାଙ୍ଗିର ଟାଉନ ଥାନା ହାବୁଡରେ ଗଞ୍ଜେଇ ବେପାରୀ ଅଟକ ରହିଛି।ଅଟକ ଗଞ୍ଜେଇ ବେପାରୀ ଜଣକ ବଲାଙ୍ଗୀର ଟାଉନ ସ୍ଥିତ ବିଭୁତି ପଡା ର ଯୁଗ ମେହେର ବୋଲି ଜଣା ପଡ଼ିଛି। ଉକ୍ତ ଘଟଣାର ଚେର ଆଉ କେତେଦୂର ଲମ୍ବିଛି ତାହାର ଅଧିକ ତଦନ୍ତ ଜାରି ରଖିଛି ବଲାଙ୍ଗୀର ପୋଲିସ।