-+91-9937148622 |
prerana_bgr@rediffmail.com |
Saturday 17th October 2026 |
R.N.I. Regd No. ODIODI/2010/46693
Breaking News
19-Oct-2021
ବଲାଙ୍ଗୀର,(ପ୍ରେରଣା ଖବର)-ବଲାଙ୍ଗିରର ମାନ୍ୟବର ବିଧାୟକ ନରସିଂହ ମିଶ୍ର ଲୋୟର ସୁକତେଲ ପ୍ରକଳ୍ପ ଦ୍ୱାରା ପ୍ରଭାବିତ ହେଉଥିବା ଚୁଡାପାଲିର ମେହେରପଡା ଅଂଚଳର ସମସ୍ତ ଲୋକଙ୍କୁ ଭେଟି ସେମାନଙ୍କ ଅଭାବ ଅସୁବିଧା ସଂପର୍କରେ ପଚାରି ବୁଝିଛନ୍ତି । ଗତ କାଲି ସନ୍ଧ୍ୟାରେ ଝଡି ବର୍ଷାରେ ବିଧାୟକ ଶ୍ରୀ ମିଶ୍ରଙ୍କୁ ମେହେର ପଡାର ସହସ୍ରାଧିକ ଆବାଳ ବୃଦ୍ଧ ବନିତା ସ୍ୱାଗତ କରିଥିଲେ । ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ଥିଲା ପ୍ରକଳ୍ପ ଦ୍ୱାରା ପ୍ରଭାବିତ ଲୋକେ କିପରି ଅଛନ୍ତି ସେମାନଙ୍କ କଣ ସବୁ ଅସୁବିଧା ହେଉଛି ସେ ସବୁ ପଚାରି ବୁଝିବା । ମେହେରପଡାର ମହିଳାମାନେ ପ୍ରଥମେ ଶ୍ରୀ ମିଶ୍ରଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ସେମାନେ ମେହେରପଡାର ଛୋଟରୁ ବଡ ପର୍ଯ୍ୟନ୍ତ ସମସ୍ତ ଲୋକଙ୍କ ସବୁ ପ୍ରକାର ଅଭାବ ଅସୁବିଧାର ସମସ୍ତ ପ୍ରକାର ଦାୟିତ୍ୱ ବିଧାୟକ ଶ୍ରୀ ମିଶ୍ର ନିଅନ୍ତୁ ବୋଲି ଅନୁରୋଧ କରିଥିଲେ । ପ୍ରତିଉତ୍ତରରେ ବିଧାୟକ ଶ୍ରୀ ମିଶ୍ର କହିଥିଲେ ଚୁଡାପାଲିର ମେହେରପଡା ଯାହାକି ଲୋୟର ସୁକତେଲ ଜଳ ସେଚନ ପ୍ରକଳ୍ପ ଦ୍ୱାରା ବୁଡିବାକୁ ଯାଉଛି, ଏଠାକାର ଲୋକେ ଯେମିତି ସରକାର ପ୍ରଦତ୍ତ ସମସ୍ତ ପ୍ରକାର କ୍ଷତିପୁରଣ ଠିକ୍ ହିସାବରେ ପାଇ ପାରିବେ, ଅତି ଉତ୍ତମ ସ୍ଥାନରେ ପୁର୍ନବସତି ସ୍ଥାପନ କରିବେ, ବସତି ସ୍ଥାପନ ଜାଗାରେ ଲୋକଙ୍କର ଯେପରି କୌଣସି ପ୍ରକାର ମୌଳିକ ଅଧିକାର ହନନ ନ ହେବ ସେ ଉପରେ ବିଧାୟକ ଶ୍ରୀ ମିଶ୍ର ସମ୍ପୁର୍ଣ୍ଣ ସହଯୋଗ କରିବେ ବୋଲି କହିଥିଲେ । ଏହା ସହ ଯେହେତୁ ମେହେରପଡା ସମସ୍ତେ ହସ୍ତତନ୍ତ ଓ ବୟନ ଶିଳ୍ପରୁ ହିଁ ରୋଜଗାର କରିଥାନ୍ତି ସେମାନେ ଯେପରି ବିଭିନ୍ନ ସରକାରୀ ଯୋଜନାରେ ମିଳିଥିବା ବୁଣାକାରଙ୍କ ପାଇଁ ସ୍ୱତନ୍ତ୍ର ଅନୁଦାନ ପାଇ ପାରିବେ ସେ ଦିଗରେ ସେ ନିଶ୍ଚିତ ଭାବରେ କାମ କରିବେ ବୋଲି ଉପସ୍ଥିତ ମେହେରପଡାବାସୀଙ୍କୁ ନିର୍ଭର ପ୍ରତିଶୃତି ଦେଇଥିଲେ ଏବଂ କହିଥିଲେ ଆଜି ଠାରୁ ମେହେରପଡାର ସମସ୍ତ ଦାୟିତ୍ୱ ମୁଁ ନେବି । ଆଲୋଚନା ସମୟରେ ଲୋକେ ବିସ୍ଥାପନ ଓ ପୁର୍ନବାସକୁ ନେଇ କରିଥିବା ବିଭିନ୍ନ ଅଭିଯୋଗର ଉତ୍ତର ଦେବା ସହ ବହୁ ଶିଘ୍ର ପ୍ରକଳ୍ପ ସମ୍ବନ୍ଧୀୟ ପୁର୍ନବାସ ଓ ଥଇଥାନର ପ୍ରକଳ୍ପ ନିର୍ଦ୍ଦେଶକ, ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଏବଂ ପ୍ରକଳ୍ପର ଜମି ଅଧିଗ୍ରହଣ ଅଧିକାରୀଙ୍କୁ ନେଇ ଏ ଅଂଚଳରେ ଲୋକଙ୍କ ଥିବା ବିଭିନ୍ନ ଅଭାବ ଅସୁବିଧା ଦୂର କରିବା ପାଇଁ ଆସିବେ ବୋଲି ଲୋକଙ୍କୁ ନିର୍ଭର ପ୍ରତିଶୃତି ଦେଇଥିଲେ । ଏହି ଆଲୋଚନା ସମୟରେ ମେହେରପଡା ତରଫରୁ ଦାଶରଥି ମେହେର, ସୁରୁ ମେହେର, ସଂଯୁକ୍ତା ମେହେର, ଗୀତ ମେହେର, ବିଜୟ ମେହେର, ନାରାୟଣ ମେହେର ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।