-+91-9937148622 |
prerana_bgr@rediffmail.com |
Monday 19th October 2026 |
R.N.I. Regd No. ODIODI/2010/46693
Breaking News
17-Oct-2021
ପାଟଣାଗଡ:(ପ୍ରେରଣା ଖବର) :ପାଟଣଗଡର ଅଗ୍ରଣୀ ସାରସ୍ଵତ ଅନଷ୍ଠାନ ପାଟଣେଶ୍ୱରୀ ସାହିତ୍ୟ ସଂସଦ ଟ୍ରଷ୍ଟର ସାଧାରଣ ସଭା ସ୍ଥାନୀୟ ସିଦ୍ଧି ବିନାୟକ ମହାବିଦ୍ୟାଳୟର ସଭାଗୃହରେ ଅନୁଷ୍ଠିତ ହୋଇଥିଲା।ସଂସଦର ସଭାନେତ୍ରୀ ସୁଶ୍ରୀ ସଞ୍ଜୁକ୍ତା ପରିଛ୍ଛାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସର୍ବପ୍ରଥମେ ମାଁ ପାଟଣେଶ୍ୱରୀଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା।ତାପରେ ସମ୍ପାଦିକା ସୁଶ୍ରୀ ସବିତା ଭୋଇ ସଭାର ଆଭିମୁଖ୍ୟ ଜଣେଇଥିଲେ ଓ ବାର୍ଷିକ ବିବରଣୀ ପ୍ରଦାନ
କରିଥିଲେ।୨୦୨୧ ମସିହାରେ ଅନୁଷ୍ଠିତ ହୋଇଥିବା ବାର୍ଷିକ ଉତ୍ସବର ଆୟବ୍ୟୟ କୋଷାଧ୍ୟକ୍ଷ ଶ୍ରୀ ସତ୍ୟାନନ୍ଦ ଖମାରୀ ଜଣେଇଥିଲେ।ପ୍ରତିବର୍ଷ ପରି ୨୦୨୨ ମସିହାରେ ମଧ୍ଯ ନେତାଜୀ ଜୟନ୍ତୀ ଅବସରରେ ବାର୍ଷିକ ଉତ୍ସବ ପାଳନ କରିବାକୁ ସ୍ଥିର କରାଯାଇଥିଲା।ରାଜ୍ୟ ସ୍ତରୀୟ ସହଯୋଗ ଭିତ୍ତିକ ସାରସ୍ଵତ ସଙ୍କଳନ ପାଇଁ ଲେଖା ଓ ଆର୍ଥିକ ସହଯୋଗ ଡିସେମ୍ବର ମାସ୧୫ତାରିଖ ସୁଦ୍ଧା ପଠେଇବାକୁ ନିଷ୍ପତ୍ତି ନିଆଯାଇଥିଲା।ଆଗାମୀ ଉତ୍ସବରେ ସମ୍ବର୍ଦ୍ଧିତ ପ୍ରତିଭଚୟନ,ମୁଖ୍ୟ ବକ୍ତା ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବିଷୟ ଉପରେ ଆଲୋଚନା କରାଯାଇଥିଲା।ଶ୍ରୀ ବିରଞ୍ଚି ନାରାୟଣ ଦାଶଙ୍କୁ ଟ୍ରଷ୍ଟର ସଭ୍ୟ ଭାବେ ମନୋନୀତ କରାଯାଇଥିଲା।ଏହି ସଭାରେ ଡ.ନକୁଳ ମେହେର, ଶ୍ରୀ ପ୍ରଦୀପ କୁମାର ଦାଶ, ସଞ୍ଜୁକ୍ତା ମେହେର, ସୁରୁଚି ମିଶ୍ର ସମେତ ଅନେକ ସଭ୍ୟ, ସଭ୍ୟା ଉପସ୍ଥିତ ଥିଲେ।