-+91-9937148622 |
prerana_bgr@rediffmail.com |
Monday 19th October 2026 |
R.N.I. Regd No. ODIODI/2010/46693
Breaking News
17-Oct-2021
ନୂଆପଡ଼ା (ପ୍ରେରଣା ଖବର) ଆଜି ନୂଆପଡ଼ା ଜିଲ୍ଲା ଦର୍ଲିମୁଣ୍ଡା ପଞ୍ଚାୟତ ଖଲିଆପାଣି ଗାଁର ଆମ୍ବତୋଟାରେ ସର୍ବଭାରତୀୟ ବିଞ୍ଝାଲ ସମାଜ ପକ୍ଷରୁ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ସର୍ବଭାରତୀୟ ବିଞ୍ଝାଲ ସମାଜର ଲାଟ ସଭାପତି ହୃଷିକେଶ ବରିହା ଯୋଗଦାନ କରି କାର୍ଯ୍ୟକୁ ସାଫଲ୍ୟ ମଣ୍ଡିତ କରିଛନ୍ତି। ସମ୍ମାନିତ ଅତିଥି ଚନ୍ଦ୍ରଶେଖର ବରିହା
(ସର୍ବଭାରତୀୟ ଉପଲାଟ ସଭାପତି) ,ଆସାରାମ ବରିହା (ସର୍ବଭାରତୀୟ ସାଧାରଣ ସମ୍ପାଦକ) , ଚୈତନ୍ୟ ବରିହା (ନୂଆପଡ଼ା ଜିଲ୍ଲା ସଭାପତି), ତ୍ରିଲୋଚନ ବରିହା (ବିଞ୍ଜାଲ ଭାଷା ସାହିତ୍ୟ ଶିକ୍ଷକ), ଉତ୍ତର କୁମାର ବରିହା (ଅଧ୍ୟାପକ ଡିଗ୍ରୀ କଲେଜ ତୁରେକେଲା) ପ୍ରମୁଖ ଯୋଗ ଦେଇଥିଲେ। ଏହି ସଭାରେ ଶଙ୍କର ପ୍ରସାଦ ମାଝୀ ମୁଖ୍ୟ ବକ୍ତା ଭାବେ ଯୋଗଦେଇ କାର୍ଯ୍ୟକୁ ଉତ୍ସାହିତ କରୁଥିଲେ। ଦିନ ୧୦ ଟାରେ ଇଷ୍ଟଦେବୀ ମାଁ ବିନ୍ଧ୍ୟବାସିନୀକୁ ପୂଜାର୍ଚ୍ଚନା କରାଯାଇଥିଲା। ତାପରେ ସମ୍ମାନିତ ଅତିଥି ମାନଙ୍କ ପରିଚୟ ପ୍ରଦାନ କରାଯାଇଥିଲା।ସଭା ଉଦ୍ଘାଟିତ ସଙ୍ଗୀତ ଗାନ କରାଯାଇ ସଭାରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ଉପରେ ଆଲୋଚନା କରାଯାଇଥିଲା।ପରେ ବିଞ୍ଜାଲ ସମାଜ
ଶିକ୍ଷା ସଂସ୍କୃତି ସାହିତ୍ୟ କଳା ବାଣିଜ୍ୟ ଉପରେ କିପରି ଉନ୍ନତ ହୋଇ ପାରିବ ସେହି ଦିଗରେ ମାର୍ଗ ଦର୍ଶାଇ ଥିଲେ। ଏହି ସଭାରେ ବିଞ୍ଜାଲ ସମାଜର ଯେଉଁ ଛାତ୍ରଛାତ୍ରୀମାନେ ଦଶମ, ଦ୍ବାଦଶ, ସ୍ନାତକ,ଆଇ ଟି ଆଇ, ଡିପ୍ଲୋମା,ସିଟି,ବିଇଡି, ଇଞ୍ଜିନିୟରିଂ ପାଠରେ ଉତ୍ତୀର୍ଣ୍ଣ ହୋଇଥିଲେ ସେମାନଙ୍କୁ ମୁଖ୍ୟ ଅତିଥିଙ୍କ କରକମଳରେ ମାନପତ୍ର ପ୍ରଦାନ କରାଯାଇଛି। ସମସ୍ତ ବକ୍ତା ମାନେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ l ପରିଶେଷରେ ଶିଶୁପାଳ ବରିହା ଧନ୍ୟବାଦ ଅର୍ପଣ କରି ସଭା ଶେଷ କରିଛନ୍ତି।