-+91-9937148622 |
prerana_bgr@rediffmail.com |
Monday 19th October 2026 |
R.N.I. Regd No. ODIODI/2010/46693
Breaking News
17-Oct-2021
ଧର୍ମଗଡ଼, ( ଜ୍ୟୋତିରଞ୍ଜନ ବେମାଲ )
ସରକାର ଗ୍ରାମାଞ୍ଚଳର ବିକାଶ ତଥା ଗ୍ରାମାଞ୍ଚଳ କୁ ମୌଳିକ ସୁବିଧା ଯୋଗାଇ ଦେବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଚାଲିଛନ୍ତି । ପକ୍କା ସଡକ ସହ ବିଶୁଦ୍ଧ ପାନୀୟ ଜଳ ଯୋଗଣ ପାଇଁ ଡିମଡିମ୍ ପିଟୁଛନ୍ତି ଓ ବିକାଶ ର ନାରା ମଧ୍ୟ ଦେଉଛନ୍ତି। କିନ୍ତୁ ଏମିତି ବି ଗାଁ ରହିଛି ଯାହାକି ସ୍ଵାଧୀନତା ର ୭୫ ବର୍ଷ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପଂଚାୟତ କାର୍ଯାଲୟ କୁ ଯିବାପାଇଁ ଭଲ ରାସ୍ତା ଟିଏ ନାହିଁ । ଏପରିକି ଲୋକେ ଆଣ୍ଠୁ ବୁଢା କାଦୁଅ ସହ ଆବଡ଼ ଖାବଡ଼ ରାସ୍ତାରେ ଯିବାଆସିବା କରୁଛନ୍ତି ।
କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ର ।ବୋଡେ଼ନ ପଞ୍ଚାୟତ ର ରଙ୍କାବାହାଲ ଗାଁ ।ଏହି ଗାଁ ରେ ପ୍ରାୟ ୩୦୦ ରୁ ଉର୍ଦ୍ଧ ଘର ରହିଥିବା ବେଳେ ୨୭୦୦ ରୁ ଅଧିକ ଜନସଂଖ୍ୟା ରହିଥିବା ଜଣା ଯାଇଛି ଏମାନଙ୍କ ମୁଖ୍ୟ ଜୀବନ ଜୀବିକା ହେଲା କିଛି ଲୋକ ଚାଷ କାର୍ଯ୍ୟ କରି ପରିବାର ପ୍ରତିପୋଷଣ କରୁଥିବା ବେଳେ ଅନେକ ଲୋକ କୁଳିମଜୁରୀ କରି ପରିବାର ପ୍ରତିପୋଷଣ କରନ୍ତି । ସ୍ଵାଧୀନତା ର ଦୀର୍ଘ ୭୫ ବର୍ଷ ବିତିଯାଇଥିଲେ ମଧ୍ୟ ରଙ୍କାବାହାଲ ଗ୍ରାମ ସହ ସଂଯୋଗ ଥିବା ବୋଡେ଼ନ, ବଡ଼ଫୁର୍ଲ୍ଲା , ଓ ମଜେନପଦର, ଏହି 3 ଗୋଟି କାଦୁଅ ଓ ଆବଡ଼ ଖାବଡ଼ ରାସ୍ତା ରେ ଲୋକେ ନୀତି ଦିନ ଯାତାୟତ କରୁଛନ୍ତି। ବର୍ଷା ଦିନେ ରାସ୍ତାର ଅବସ୍ଥା ନ କହିବା ଭଲ ବୋଡେ଼ନ ପଂଚାୟତ କାର୍ଯ୍ୟାଳୟ କୁ ଲୋକେ ଭତ୍ତା କିମ୍ବା ଚାଉଳ ଆଣିବା କୁ ଯାଉଛନ୍ତି ବୁଢା ବୁଢ଼ୀ ଲୋକ ମାନେ ରାସ୍ତା ର ଖାଲଖମାରେ ପଡିଯାଉ ଥିବାବେଳେ ଛୋଟ ବଡ଼ ଦୁର୍ଘଟଣା ମଧ୍ୟ ଘଟି ଯାଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।