-+91-9937148622 |
prerana_bgr@rediffmail.com |
Monday 19th October 2026 |
R.N.I. Regd No. ODIODI/2010/46693
Breaking News
17-Oct-2021
ବିରାମହରାଜପୁର ( ବିନୋଦ ପାଣ୍ଡେ ) : ସୁବର୍ଣ୍ଣପୁର ଜିଲ୍ଲା ବିରାମହରାଜପୁର ବ୍ଲକ ସୁବଳୟା ଠାରେ କ୍ଲିନ୍ ଇଣ୍ଡିଆ ସ୍ଵଚ୍ଛତା ପକ୍ଷ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ଓ ସୁବଳୟା ଆଲୋକ କ୍ଲବ ମିଲିତ ଆନୁକୁଲ୍ୟରେ ସଫେଇ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ସ୍ବଚ୍ଛତା ଉପରେ ଏକ ସଭା ଆୟୋଜନ କରାଯାଇଥିଲା । ଏଥିରେ ମୁଖ୍ଯ ଅତିଥି ଭାବେ ଗ୍ରାମର ୱାର୍ଡ ମେମ୍ବର ଚମ୍ପେଶ୍ବର ମେଘା ଯୋଗଦେଇ ସ୍ଵେଚ୍ଛାତା ଉପରେ ଆଲୋକ ପାତ କରିଥିଲେ । କାର୍ଯ୍ୟକ୍ରମ କୁ ନେହେରୁ ଯୁବ କେନ୍ଦ୍ର ର ସଦସ୍ଯ ସ୍ଵେଚ୍ଛାସେବୀ ସୁଦର୍ଶନ ସାଗର ପରିଚାଳନା କରିଥିବା ବେଳେ ସୁରଜ ନାଏକ, ଆଜିତ ନାଏକ, ବିଜୟ କଟୁଆଲ, କୃଷ୍ଣ ଚନ୍ଦ୍ର ମୁଖୀ ଓ କ୍ଲବର ଅନ୍ଯାନ୍ଯ ସଦସ୍ଯ ମାନେ ଯୋଗ ଦେଇଥିଲେ । ଶେଷରେ କୁଲୁ ତାଣ୍ଡିଆ ଧନ୍ଯବାଦ ଅର୍ପଣ କରିଥିଲେ ।