-+91-9937148622 |
prerana_bgr@rediffmail.com |
Tuesday 20th October 2026 |
R.N.I. Regd No. ODIODI/2010/46693
Breaking News
16-Oct-2021
ବୀରମହାରାଜପୁର, ( ବିନୋଦ ପାଣ୍ଡେ ) :ବିରାମହରାଜପୁର ବ୍ଲକ ଅଧିନସ୍ଥ ମୁର୍ଷୁଣ୍ଢୀ ପଞ୍ଚାୟତ ଅନ୍ତର୍ଗତ ଯୁବରାଣୀ ସୀତାପୁର ଠାରେ ନିଶାମୁକ୍ତ ପକ୍ଷ ପାଳନ ଅନୁଷ୍ଠିତ ହୋଇଯାଇଛି l ଡ଼ୁମାଳ ସମାଜ ଗ୍ରାମ୍ୟ ସଭାପତି ଲବ ପଧାନ ପ୍ରଥମେ ମାହେଶ୍ୱରୀ ପୂଜାର୍ଚନା ସହ ସଭାପତିତ୍ୱ କରିଥିଲେ l ଦେବାର୍ଚ୍ଚନ ଚାଉଳିଆ ମୁଖ୍ୟ ଅତିଥି,
ସମ୍ମାନିତ ଅତିଥି ଭାବେ ସମାଜସେବୀ ସୁଦାମ ଗାଈଗରିଆ, ଦିଲ୍ଲୀପ ପଧାନ, ଦୀନବନ୍ଧୁ ଶଙ୍ଖୁଆ, ଉପେନ୍ଦ୍ର ମହାକୁର, ଶଙ୍କର୍ଷଣ ଛନ୍ଦ,ଦୟା ସାଗର ମେଣ୍ଡିଲି , ଅକ୍ରୁର ନାଏକ ପ୍ରମୁଖ ଉପସ୍ଥିତ ଥିଲେ l ଏଥିରେ ବିଭିନ୍ନ ପୂଜା ପାର୍ବଣ, ବିବାହ କାର୍ଯ୍ୟକ୍ରମ ମାନଙ୍କରେ ନିଶା ସେବନ କୁ ସମ୍ପୂର୍ଣ ବନ୍ଦ କରିବାକୁ ନିଷ୍ପତି ନିଆଯାଇଥିଲା l ସୁଦାମ ଗାଈଗରିଆ ବାଲ୍ୟ ବିବାହ ଓ ନିଶା ନିବାରଣ ଉପରେ ସମ୍ପୂର୍ଣ ଅବଗତ କରିବା ସହ ବିଭିନ୍ନ ଆଇନ ଉପରେ ପରାମର୍ଶ ପ୍ରଦାନ କରିଥିଲେ ଏବଂ ପ୍ରତ୍ୟେକ ଜାତି ସମାଜ ନିଜେ ନିଜେ ସଚେତନ ହେବା ସହ ପରିବାର ବର୍ଗ ଙ୍କୁ ସଚେତନ କରିବାକୁ ଅନୁରୋଧ କରାଯାଇଥିଲା l ପଞ୍ଚାୟତ ର ସମସ୍ତ ଗ୍ରାମ୍ୟ କମିଟି ମାନଙ୍କୁ ମୁର୍ଷୁଣ୍ଢୀ ଠାରେ ନିର୍ମାଣ ହେବାକୁ ଥିବା ମାହେଶ୍ୱରୀ ସଂସ୍କୃତି ଭବନ ସକାଶେ ସମସ୍ତ ଙ୍କ ସାହାର୍ଯ୍ୟ ସହଯୋଗ ପାଇଁ ନିବେଦନ କରାଯାଇଥିଲା l
ଗ୍ରାମ୍ୟ କମିଟି ସଭ୍ୟ ଧୂବାଇ ପଧାନ, ବୈଶାଖୁ ପଧାନ, ବିଶ୍ଵାମିତ୍ର ପଧାନ, ଛଟା ପଧାନ, ଧର୍ମୁ ପଧାନ, ପ୍ରଫୁଲ୍ଲ ପଧାନ, ଅରୁଣ ପଧାନ, ହିରଣ୍ୟ ପଧାନ, ବିଷ୍ଣୁ ପଧାନ ପ୍ରମୁଖ ସହଯୋଗ କରିଥିଲେ l ଉମାଶଙ୍କର ପଧାନ ଧନ୍ୟବାଦ ଦେଇଥିଲେ l