-+91-9937148622 |
prerana_bgr@rediffmail.com |
Tuesday 20th October 2026 |
R.N.I. Regd No. ODIODI/2010/46693
Breaking News
16-Oct-2021
କନ୍ଧମାଳ,(ସୁଶିଲ କୁମାର ପାଣିଗ୍ରାହୀ): ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜଣେ ଯୁବକଙ୍କୁ ଉଦ୍ଧାର କରାଯାଇଛି । ଫିରିଙ୍ଗିଆ ମୁଖ୍ୟ ରାସ୍ତାର ଟେଲାପାଲି ଶ୍ରାସାନଣ୍ଡା ଗାଁ ନିକଟ ରାସ୍ତା କଡ଼ରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜଣେ ଯୁବକଙ୍କୁ ଉଦ୍ଧାର କରାଯାଇଛିl ଶନିବାର ଭୋର ସକାଳୁ ରାସ୍ତା କଡରେ ଯୁବକ ଜଣକ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ସ୍ଥାନୀୟ ଗାଁ ଲୋକ ଦେଖିବାକୁ ପାଇଥିଲେ । ଗ୍ରାମବାସୀ ଯୁବକ ଜଣକୁ ଉଦ୍ଧାର କରି ପ୍ରଥମେ ଫିରିଙ୍ଗିଆ ମେଡିକାଲକୁ ଚିକିତ୍ସା ପାଇଁ ଆଣିଥିଲେ । ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଫିରିଙ୍ଗିଆ ମେଡିକାଲରୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟପଟେ ଯୁବକଙ୍କ ତଣ୍ଟିରେ ଗଭୀର ଆଘାତ
ଲାଗିଥିବାରୁ କୌଣସି ଧାରୁଆ ଅସ୍ତ୍ରରେ ତାଙ୍କ ତଣ୍ଟି କଟାଯାଇଥିବା ଜଣାପଡୁଛି । ଯୁବକ ଜଣକ କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ଖଣ୍ଡିକଟା ଗାଁର ପ୍ରମୋଦ କହଁର ବୋଲି ଜଣାପଡିଛି । ସେ ଟେଲାପାଲିରେ ଥିବା ତାଙ୍କ ମାମୁ ଘରକୁ ବୁଲିବା ପାଇଁ ଆସିଥିଲେ । ତେବେ ଯୁବକ ଜଣକ ଉକ୍ତ ସ୍ଥାନକୁ କେମିତି ଆସିଲେ ଏବଂ ତାଙ୍କ ତଣ୍ଟି କାଟି କିଏ ରାସ୍ତା କଡରେ ପକାଇ ଦେଇଛି ତାହା ସ୍ପଷ୍ଟ ହୋଇନାହିଁ। ପୋଲିସ ବିଭାଗ ପକ୍ଷରୁ ତଦନ୍ତ ଅବ୍ୟାହତ ରହିଥିବା ଜଣାପଡିଛି l