-+91-9937148622 |
prerana_bgr@rediffmail.com |
Friday 15th May 2026 |
R.N.I. Regd No. ODIODI/2010/46693
Breaking News
29-Sep-2020
ମହୁମାଛି ଆକ୍ରମଣରେ ଗଲା ଦୁଇ ଭାଇଙ୍କ ଜୀବନ, ଅନ୍ୟ ଜଣେ ଗୁରୁତର
କଳାହାଣ୍ଡି ୨୯।୯: ମହୁମାଛି ଆକ୍ରମଣରେ ଦୁଇ ଭାଇଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । କଳାହାଣ୍ଡି ଜିଲ୍ଲା ଲାଞ୍ଜି ପଞ୍ଚାୟତ କୁଲାନାଳ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା ।
*ସୂଚନାଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା ଲାଞ୍ଜି ପଞ୍ଚାୟତ କୁଲାନାଳ ଗାଁର କିଛି ଯୁବକ ସାଙ୍ଗ ହୋଇ ଜଙ୍ଗଲକୁ କାଠ ସଂଗ୍ରହ ପାଇଁ ଯାଇଥିଲେ । ଜଙ୍ଗଲରୁ କାଠ ସଂଗ୍ରହ ବେଳେ ହଠାତ୍ ମହୁମାଛି ଆକ୍ରମଣ କରିଥିଲା । ଫଳରେ ମହୁମାଛିଙ୍କ ଆକ୍ରମଣରେ ଦୁଇ ଭାଇଙ୍କର ମୃତ୍ୟୁ ହୋଇଛି । ଅନ୍ୟ ଜଣେ ଗୁରୁତର ହୋଇ ମୋଡିକାଲରେ ଭର୍ତ୍ତି ହୋଇଛନ୍ତି । ମୃତ ଦୁଇ ଭାଇ ଘାସି ମାଝୀ ଓ ଡମେ ମାଝୀ । ଗୁରୁତର କବି ମାଝୀ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
Sent from my Samsung Galaxy smartphone.