-+91-9937148622 |
prerana_bgr@rediffmail.com |
Friday 15th May 2026 |
R.N.I. Regd No. ODIODI/2010/46693
Breaking News
29-Sep-2020
ବଲାଙ୍ଗୀର,୨୯/ଠ୯(ମହେନ୍ଦ୍ର ଦର୍ଜୀ)- ଆଜି ବଲାଙ୍ଗୀର ବ୍ଲକ ବାନ୍ଧନଘୋର ଗାଁ ରେ ରିଲାଏନ୍ସ ଫାଉଣ୍ଡେସନ ଓ ବାନ୍ଧନଘୋର ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଏକ ଲାଇଭ ଷ୍ଟକ ହେଲ୍ଥ କେମ୍ପ ଅନୁଷ୍ଠିତ ହୋଇଥିଲା । ଏଥିରେ ଗୃହପାଳିତ ପଶୁ ଗାଈ, ବଳଦ ଓ ମଇଁଷୀ ମାନଙ୍କ ବିଭିନ୍ନ ରୋଗକୁ ତର୍ଜମା କରି ଔଷଧ ପ୍ରଦାନ କରାଯାଇଥିଲା । ଏହି କେମ୍ପରେ ୯୫ଟି ବଡ ପଶୁ ଓ ୧୭ଠଟି ଛୋଟ ପଶୁ ମାନଙ୍କ ବିଭିନ୍ନ ଚିକିତ୍ସା କରାଯିବା ସହ ରୋଗ ପ୍ରତିରୋଧକ ଶକ୍ତି ପାଇଁ ଔଷଧ ପ୍ରଦାନ କରାଯାଇଥିଲା । ଏଥିରେ ଚୁଡାପାଲି ଭିଏସ୍ ଡ. ଶୁବାଶିଷ ସାମନ୍ତ, ବଲାଙ୍ଗୀର ଏଭିଏଏସ୍ ଡ. ଦେବସ୍ମିତା ଦେବତା, ଡ. ଅଞ୍ଜଳି ପ୍ରଧାନ ପ୍ରମୁଖ ଯୋଗ ଦେଇ ଗାଈ ଗୋରୁଙ୍କ ଚିକିତ୍ସା କରିଥିଲେ । ଗାଈଗୋରୁ ମାନଙ୍କ ଡିୱାର୍ମିଂ ଜନିତ ସମସ୍ୟା, ପାକସ୍ଥଳୀ ସମସ୍ୟା ଏବଂ ଗାଇନୋକୋଲୋଜି କେସେସ୍ ଉପରେ ପରକ୍ଷଣ କରାଯାଇ ଔଷଧ ଦିଆଯାଇଥିଲା । ଏଥିରେ ଆଖପାଖ ଅନେକ ଗାଁ ର ଚାଷୀ ମାନେ ଆସି ନିଜ ଗାଈଗୋରୁଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ ।