-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||     

HOME   ଜିଲ୍ଲା

ବିପିୟୁଟି ୬ଷ୍ଠ ଓ ୪ର୍ଥ ସେମିଷ୍ଟାର୍ ଫଳାଫଳରେ ବିକାଶ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିର ଛାତ୍ରଛାତ୍ରୀମାନଙ୍କର ଅଭୂତପୂର୍ବ ସଫଳତା ୬ଷ୍ଠ ସେମିଷ୍ଟାର୍ ପରୀକ୍ଷାରେ ୧୯ ଜଣ ଓ ୪ର୍ଥ ସେମିଷ୍ଟାର୍ ପରୀକ୍ଷାରେ ୮ଜଣ ଛାତ୍ରଛାତ୍ରୀ ୯ ଏସ୍‌ଜିପିଏ ରୁ ଉର୍ଦ୍ଧ୍ୱ ମାର୍କ ରଖି ସଫଳତାର ଶୀର୍ଷରେ

02-Nov-2020



ବରଗଡ଼(ମୁକୁନ୍ଦ  ଦାଶ),: ଚଳିତ ୨୦୧୯-୨୦ ଶିକ୍ଷାବର୍ଷ ରେ ବିପିୟୁଟି ଦ୍ୱାରା ଅନୁଷ୍ଠିତ ନଲେଜ୍ ବେସ୍‌ଡ୍ ଓପନ୍ ବୁକ୍ ଅନ୍‌ଲାଇନ୍ ଇଞ୍ଜିନିୟରିଂ ପରୀକ୍ଷା ରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ୍ ଓ ରିମୋଟ୍ ପ୍ରୋକ୍ଟରିଂ ବେସ୍‌ଡ୍ ମନିଟରିଂ ବ୍ୟବସ୍ଥା ବ୍ୟବହୃତ ହୋଇଥିବାବେଳେ ଏହି ପରୀକ୍ଷାରେ ବିକାଶ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିର ଛାତ୍ରଛାତ୍ରୀ ଉତ୍କୃଷ୍ଟ ସଫଳତା ହାସଲ କରିଛନ୍ତି । ୬ଷ୍ଠ ସେମିଷ୍ଟାର୍ ପରୀକ୍ଷାରେ କମ୍ପ୍ୟୁଟର ସାଇନ୍ସ୍ ଓ ଇଞ୍ଜିନିୟରିଂ ବିଭାଗର ପ୍ରଭାତ ମେହେର ଓ ରୁକ୍‌ସାର୍ ବାନୋ ୯.୬୭ ଏସ୍‌ଜିପିଏ, ଇଲେକ୍ଟ୍ରିକାଲ୍ ଏଣ୍ଡ୍ ଇଲେକ୍ଟ୍ରୋନିକ୍ସ୍ ଇଞ୍ଜିନିୟରିଂ ବିଭାଗର ପ୍ରିୟବ୍ରତ ସର ଓ ଦେବାଶିଷ ତ୍ରିପାଠୀ ୯.୬୭ ଏସ୍‌ଜିପିଏ, ସିଭିଲ୍ ଇଞ୍ଜିନିୟରିଂ ବିଭାଗର ଅବିନାଶ ରାୟ ୯.୫ ଏସ୍‌ଜିପିଏ, ମେକାନିକାଲ୍ ଇଞ୍ଜିନିୟରିଂ ବିଭାଗର ସୁସ୍ମିତ୍ ପ୍ରମାଣିକ ୯.୧୭ ଏସ୍‌ଜିପିଏ ମାର୍କ୍‌, ଇଲେକ୍ଟ୍ରୋନିକ୍ସ୍ ଏଣ୍ଡ୍ କମ୍ୟୁନିକେସନ୍ ଇଞ୍ଜିନିୟରିଂ ବିଭାଗର ରାଜେଶ ରୋଶନ ମିଶ୍ର ଓ ବନ୍ଦିତା ପ୍ରଧାନ ୯ ଏସ୍‌ଜିପିଏ ମାର୍କ୍ ସହ କଲେଜ ଟପ୍ପର୍ ହୋଇଛନ୍ତି ବୋଲି ବିକାଶ ଗ୍ରୁପ୍‌ର ଏକ୍‌ଜିକ୍ୟୁଟିଭ୍ ଡାଇରେକ୍ଟର ଶ୍ରୀଯୁକ୍ତ ଡି.ନାଗେଶ୍ୱର ରାଓ ସୂଚନା ଦେଇଛନ୍ତି । ମୋଟ୍ ୧୯ଜଣ ୯ ଏସ୍‌ଜିପିଏରୁ ଉର୍ଦ୍ଧ୍ୱ, ୨୪ଜଣ ୮ଏସ୍‌ଜିପିଏ ରୁ ୯ଏସ୍‌ଜିପିଏ ମଧ୍ୟରେ ମାର୍କ ରଖି ସଫଳ ହୋଇଛନ୍ତି । କମ୍ପ୍ୟୁଟର ସାଇନ୍ସ୍ ଓ ଇଞ୍ଜିନିୟରିଂ ବିଭାଗର ୭ଜଣ, ସିଭିଲ୍ ଇଞ୍ଜିନିୟରିଂ ବିଭାଗର ୩ଜଣ, ଇଲେକ୍ଟ୍ରିକାଲ୍ ଏଣ୍ଡ୍ ଇଲେକ୍ଟ୍ରୋନିକ୍ସ୍ ଇଞ୍ଜିନିୟରିଂ ବିଭାଗର ୫ଜଣ, ମେକାନିକାଲ୍ ଇଞ୍ଜିନିୟରିଂ ବିଭାଗର ୨ଜଣ, ଇଲେକ୍ଟ୍ରୋନିକ୍ସ୍ ଏଣ୍ଡ୍ କମ୍ୟୁନିକେସନ୍ ଇଞ୍ଜିନିୟରିଂ ବିଭାଗର ୨ଜଣ ଛାତ୍ରଛାତ୍ରୀ ୯ଏସ୍‌ଜିପିଏ ରୁ ଉର୍ଦ୍ଧ୍ୱ ମାର୍କ ରଖି ସଫଳ ହୋଇଛନ୍ତି । ୪ର୍ଥ ସେମିଷ୍ଟାର୍ ପରୀକ୍ଷାରେ କମ୍ପ୍ୟୁଟର ସାଇନ୍ସ୍ ଓ ଇଞ୍ଜିନିୟରିଂ ବିଭାଗର ନିତିଶ କୁମାର କୁଷ୍ଟା ୯.୩୮ ଏସ୍‌ଜିପିଏ, ଇଲେକ୍ଟ୍ରିକାଲ୍ ଏଣ୍ଡ୍ ଇଲେକ୍ଟ୍ରୋନିକ୍ସ୍ ଇଞ୍ଜିନିୟରିଂ ବିଭାଗର ପ୍ରୀତିମୟୀ ଖମାରୀ ୯.୨୫ ଏସ୍‌ଜିପିଏ, ସିଭିଲ୍ ଇଞ୍ଜିନିୟରିଂ ବିଭାଗର ଅବିନାଶ ମେହେର ୯.୨୫ ଏସ୍‌ଜିପିଏ, ମେକାନିକାଲ୍ ଇଞ୍ଜିନିୟରିଂ ବିଭାଗର ରୁଦ୍ର ପ୍ରତାପ ପ୍ରଧାନ ୯ ଏସ୍‌ଜିପିଏ ମାର୍କ୍ ସହ କଲେଜ ଟପ୍ପର୍ ହୋଇଛନ୍ତି ବୋଲି ବିକାଶ ଗ୍ରୁପ୍‌ର ଡାଇରେକ୍ଟର ଡ.ସମରେନ୍ଦ୍ରନାଥ ପଣ୍ଡା ସୂଚନା ଦେଇଛନ୍ତି । ମୋଟ୍ ୮ଜଣ ୯ ଏସ୍‌ଜିପିଏରୁ ଉର୍ଦ୍ଧ୍ୱ, ୩୫ଜଣ ୮ଏସ୍‌ଜିପିଏ ରୁ ୯ଏସ୍‌ଜିପିଏ ମଧ୍ୟରେ ମାର୍କ ରଖି ସଫଳ ହୋଇଛନ୍ତି । କମ୍ପ୍ୟୁଟର ସାଇନ୍ସ୍ ଓ ଇଞ୍ଜିନିୟରିଂ ବିଭାଗର ୨ଜଣ, ସିଭିଲ୍ ଇଞ୍ଜିନିୟରିଂ ବିଭାଗର ୩ଜଣ, ଇଲେକ୍ଟ୍ରିକାଲ୍ ଏଣ୍ଡ୍ ଇଲେକ୍ଟ୍ରୋନିକ୍ସ୍ ଇଞ୍ଜିନିୟରିଂ ବିଭାଗର ୨ଜଣ, ମେକାନିକାଲ୍ ଇଞ୍ଜିନିୟରିଂ ବିଭାଗର ୧ଜଣ ଛାତ୍ରଛାତ୍ରୀ ୯ଏସ୍‌ଜିପିଏ ରୁ ଉର୍ଦ୍ଧ୍ୱ ମାର୍କ ରଖି ସଫଳ ହୋଇଛନ୍ତି । ଏହି ଅନନ୍ୟ ସଫଳତାରେ ଅନୁଷ୍ଠାନର ଚେୟାରମେନ୍ ଶ୍ରୀ ଡି.ମୂରଲୀ କ୍ରୀଷ୍ଣା ଛାତ୍ରଛାତ୍ରୀମାନଙ୍କ କଠିନ ପରିଶ୍ରମ ଏବଂ ବିକାଶ ର ନିଜସ୍ୱ ପ୍ରସ୍ତୁତ ଭି-ଲର୍ଣ୍ଣିଂ ପୋର୍ଟାଲ୍ ଦ୍ୱାରା ଛାତ୍ରଛାତ୍ରୀମାନଙ୍କୁ ନିୟମିତ ନଲେଜ୍ ବେସ୍‌ଡ୍ ମଲ୍ଟିପୁଲ୍ ଚଏସ୍ ପ୍ରଶ୍ନପତ୍ର ଅଭ୍ୟାସ ଏହି ସଫଳତାର ରହସ୍ୟ ବୋଲି ମତବ୍ୟକ୍ତ କରିଛନ୍ତି । ଅନୁଷ୍ଠାନର ଏକ୍‌ଜିକ୍ୟୁଟିଭ୍ ଡାଇରେକ୍ଟର ଶ୍ରୀ ଭି.ଶ୍ରୀନିବାସ, ଡାଇରେକ୍ଟର ଏକାଡେମିକ୍ସ୍ ଶ୍ରୀ ଜି.ରାମକ୍ରୀଷ୍ଣା, ଡାଇରେକ୍ଟର ଏଡ୍‌ମିନିଷ୍ଟ୍ରେସନ୍ ଶ୍ରୀ ଡି.ବିବେକ, ବିକାଶ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍‌ନୋଲୋଜି ଅଧ୍ୟକ୍ଷ ଇଂ.ଅଜୟ ମହାପାତ୍ର ଏହି ସଫଳତାରେ ସନ୍ତୋଷ ବ୍ୟକ୍ତ କରିବା ସହିତ ଏଡ୍‌ମିନିଷ୍ଟ୍ରେଟର୍ ଇଂ.ପୂର୍ଣ୍ଣେନ୍ଦୁ ମିଶ୍ର, ସମସ୍ତ ବିଭାଗର ମୁଖ୍ୟ, ଏକାଡେମିକ୍ କୋଅର୍ଡିନେଟର୍ ତଥା ସମସ୍ତ ଅଧ୍ୟାପକ-ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀ ତଥା ତାଙ୍କର ଅଭିଭାବକମାନଙ୍କୁ ପ୍ରଶଂସା କରିବା ସହିତ ସାଧୁବାଦ ଜଣାଇଛନ୍ତି । ଅନୁଷ୍ଠାନର ମ୍ୟାନେଜିଂ ଡାଇରେକ୍ଟର ଶ୍ରୀ ଜି.ଭାସ୍କର ରାଓ ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ପ୍ରଥମ ଥର ପାଇଁ ଚଳିତ ଶିକ୍ଷାବର୍ଷ ୨୦୨୦-୨୧ ରେ ୫ବର୍ଷିଆ ଇଣ୍ଟିଗ୍ରେଟେଡ୍ ଏମ୍‌.ଏସ୍‌ସି. (ଏପ୍ଲାଏଡ୍ ଫିଜିକ୍ସ୍‌, ଏପ୍ଲାଏଡ୍ କେମିଷ୍ଟ୍ରି ଏବଂ ମ୍ୟାଥ୍‌ମେଟିକ୍ସ୍ ଏଣ୍ଡ୍ କମ୍ପ୍ୟୁଟିଂ) ପାଠ୍ୟକ୍ରମ ନାମଲେଖା ପାଇଁ ଅନୁମତି ପାଇଥିବାରୁ ବିପିୟୁଟି କର୍ତୃପକ୍ଷ ଏବଂ ସମସ୍ତ ଅଭିଭାବକମାନଙ୍କୁ କୃତଜ୍ଞତା ଜଣାଇଛନ୍ତି ।
 


News Comment




Photo in News

Advertisment
Lastest News
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026
  ଜିଲ୍ଲା  
ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   16-Sep-2026
  ଜିଲ୍ଲା  
*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   16-Sep-2026
  ରାଜ୍ୟ  
ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   16-Sep-2026
  ଜିଲ୍ଲା  
ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ   16-Sep-2026
  ଜିଲ୍ଲା  
ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   16-Sep-2026

You Might Also Like