-+91-9937148622 |
prerana_bgr@rediffmail.com |
Tuesday 10th March 2026 |
R.N.I. Regd No. ODIODI/2010/46693
Breaking News
21-Sep-2021
ଲୋଇସିଂହା/ଆଗଲପୁର (ବିନୋଦ କୁମାର ଦୀପ): ଲୋଇସିଂହା ନିର୍ବାଚନ ମଣ୍ଡଳୀ ଆଗଲପୁର ବ୍ଲକ ନଅଗାଁ(ଖ) ର ଚୈତନ୍ୟ ପୁଟେଲ ନାମକ ବ୍ୟକ୍ତିଙ୍କ ହାତ ଭାଙ୍ଗିଯାଇଥିଲା l ଉକ୍ତ ବ୍ୟକ୍ତି ଗରିବ ଶ୍ରେଣୀର ହୋଇଥିବାରୁ ଅର୍ଥର ଅଭାବ ଦେଖା ଦେଇଛି l ଫଳରେ ଅର୍ଥ ଅଭାବ ଯୋଗୁଁ ନିଜ ହାତ ଭାଙ୍ଗିଥିବା କଥା ନଅଗାଁ (ଖ )ର ବିଜୁ ଯୁବଛାତ୍ର ଜନତା ଦଳର ପିଣ୍ଟୁ ବଗାର ,ଝସକେତନ ମହାନନ୍ଦ, ବିକ୍ରମ ନନ୍ଦକୁ ଯୋଗାଯୋଗ କରିଥିଲେ l ଯୋଗାଯୋଗର ସେହି ଦିନ ରାଜ୍ୟ ପରିଷଦ ସଭ୍ୟ ନିହାର ରଞ୍ଜନ ବେହେରାଙ୍କ ବଡଭାଇ ବରିଷ୍ଠ ଆଇନଜୀବୀ ରାମଚନ୍ଦ୍ର ବେହେରା ନଅଗାଁ (ଖ) ନୋଡାଲ ସ୍କୁଲ
ପରିଦର୍ଶନ ପାଇଁ ଆସିଥିଲେ l ତାଙ୍କୁ ଯୁବ ବିଜୁ ଛାତ୍ର ଜନତା ଦଳର ସଭ୍ୟ ମାନେ ଚୈତନ୍ୟ ପୁଟେଲଙ୍କ ହାତଭଙ୍ଗା ବିଷୟରେ ସୂଚନା ଦେଇଥିଲେ l ରାମଚନ୍ଦ୍ର ବେହେରାଙ୍କ ନିର୍ଦ୍ଦେଶ କ୍ରମେ ଆଜି ଏହି ବିଜୁ ଯୁବଛାତ୍ର ସଦସ୍ୟ ମାନେ ଚୈତନ୍ୟକୁ ବଲାଙ୍ଗିର ଭୀମ ଭୋଇ ହସ୍ପିଟାଲକୁ ନେଇ ଚିକିତ୍ସାର ବନ୍ଦୋବସ୍ତ କରିଥିଲେ l