-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
21-Sep-2021
ରେଢାଖୋଲ ( ଅନିଲ କୁମାର ପୃଷ୍ଟି ) ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ ବଡମାଳ , ଭାଳିଆକଡଟା ପଞ୍ଚାୟତଙ୍କୁ ମରୁଡି ଘୋଷଣା କରା ଯିବାକୁ ନେଇ ମଙ୍ଗଳବାର ଅଞ୍ଚଳର ଶତାଧିକ ଚାଷୀ ରେଢାଖୋଲ ଉପଜିଲ୍ଲାପାଳ ପବିତ୍ର ବେହେରାଙ୍କୁ ଏକ ଦାବିପତ୍ର ପ୍ରଦାନ କରାଛନ୍ତି। ଏଥିରେ ପଞ୍ଚାୟତ ସରପଞ୍ଚମାନଙ୍କ ଅଧ୍ୟକ୍ଷତାରେ ସାମିଲ ହୋଇ ପ୍ରଦାନ କରାଯାଇ ଥିବା ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ, ରେଢାଖୋଲ ବ୍ଲକ ବଡ଼ମାଳ, ଭାଲିଆକଟା ଓ ରେଙ୍ଗାଲି ପଞ୍ଚାୟତ ଅଞ୍ଚଳରେ ଚଳିତ ବର୍ଷ ନିଅଣ୍ଟିଆ ବର୍ଷା ଯୋଗୁଁ ବର୍ତ୍ତମାନ ମରୁଡି ପରିସ୍ଥିତି ଦେଖା ଦେଲାଣି। ୫୦ ପ୍ରତିଶତ ଜମି ବିହୁଡା ହୋଇଥିବା ବେଳେ ଯେଉଁ କିଛି ଜମି ବିହୁଡା ହୋଇଛି ସେସବୁ ପାଣି ଅଭାବରୁ ଧାନଗଛ ବଢ଼ିପାରୁ ନାହିଁ। ଏହା ସହ ବହୁ ମାଳ ଓ ବେର୍ଣା ସାଧାରଣ ଜମି ପଡିଆ ପଡିଛି। ଏଣୁ ଉକ୍ତ ତିନୋଟି ପଞ୍ଚାୟତକୁ ମରୁଡି ଘୋଷଣା କରାଯିବାକୁ ଦାବି ହୋଇଛି।