-+91-9937148622 |
prerana_bgr@rediffmail.com |
Friday 20th March 2026 |
R.N.I. Regd No. ODIODI/2010/46693
Breaking News
15-Sep-2021
ବଲାଙ୍ଗୀର (ପ୍ରେରଣା ଖବର ): ବଲାଙ୍ଗିର ଜିଲ୍ଲା ସଦରବ୍ଲକ ଝାଙ୍କରପାଲି ଗ୍ରାମରେ ବର୍ତ୍ତମାନ ଗୋ-ପାଳନ କରୁଥିବା ଚାଷୀ ମାନଙ୍କୁ ଲକ୍ଷାଧିକ ଟଙ୍କାର କ୍ଷତି ସହିବାକୁ ପଡୁଛି । ଗତ ଦୁଇ ଦିନ ମଧ୍ଯରେ ଗ୍ରାମରେ ଗୋ-ପାଳନ କରୁଥିବା ଚାଷୀ ମାନଙ୍କ ଗାଇ,ବାଛୁରୀ,ଛଡା,ବଲଦ ମିଶି ୧୦ରୁ ଅଧିକ ଅଜଣା ରୋଗରେ ମୃତ୍ଯୁ ହୋଇ ସାରି ଥିବାବେଲେ ଅନେକ ଗୁରୁତର ଅବସ୍ଥାରେ ଅଛନ୍ତି । କିନ୍ତୁ ଦୁଃଖର ବିଷୟ ବର୍ତ୍ତମାନ ପର୍ଯ୍ଯନ୍ତ ମୃତ୍ଯୁର କୌଣସି କାରଣ ଜଣା ପଡୁନାହିଁ କି ବିଭାଗୀୟ ଜିଲ୍ଲା ଗୋ-ସଂପଦ ବିଭାଗ ଅଧିକାରୀ କି ସ୍ଥାନୀୟ ପଶୁଚିକିତ୍ସା କେନ୍ଦ୍ର ଅଧିକାରୀ ଦେଖିବାକୁ ମଧ୍ଯ ଆସୁନାହାନ୍ତି । ଯଦି ଯଥାଶିଘ୍ର ବିଭାଗୀୟ ଅଧିକାରୀ କିଛି ପଦକ୍ଷେପ ନ ନେଲେ ବର୍ତମାନର ଏହି ମହାମାରୀ ସମୟରେ ଅନେକ କ୍ଷତି ସହିଥିବା ଚାଷୀ ମାନେ ଆଜି ନିଜର ଗୋ-ସଂପଦ ହରେଇ ଭାଙ୍ଗି ଯିବା ସହ ଜୀବିକା ହରେଇବେ ।ବୋଲି ଜନମତ ପ୍ରକାଶ ପାଇଛି l ଉଚ୍ଚ କତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବା ସହ ଚାଷୀ ମାନଙ୍କ ଗୃହପାଳିତ ପଶୁ ମାନଙ୍କ ଉପଯୁକ୍ତ ଚିକିତ୍ସା ଦିଗରେ ଧ୍ୟାନ ଦେବାକୁ ଦାବୀ ହେଊଛି l