-+91-9937148622 |
prerana_bgr@rediffmail.com |
Saturday 21st March 2026 |
R.N.I. Regd No. ODIODI/2010/46693
Breaking News
15-Sep-2021
ଲୋଇସିଂହା, (ବିନୋଦ କୁମାର ଦୀପ ): ଲୋଇସିଂହା ବ୍ଲକ ପଂଚାୟତ ଅଫିସ ସଭାଗୃହରେ 'ଜଳ ଜୀବନ ମିଶନ' କାର୍ଯ୍ୟକ୍ରମ ଉପରେ ଏକ ତାଲିମ ଶିବିର ISA-SYA ଓ SEWA ର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟ ଅତିଥିଭାବେ ଲୋଇସିଂହା ଗ୍ରାମ ପଂଚାୟତ ସରପଞ୍ଚ ସୁନିଲ କୁମାର ଅଗ୍ରୱାଲ ଯୋଗ ଦେଇଥିଲେ lଏଥିରେ ୱାର୍ ଜିଲ୍ଲା ସଂଯୋଜକ ଧ୍ୟାନଚାନ୍ଦ ମହାମଲ୍ଲିକ, ଜିଲ୍ଲା ପ୍ରଜେକ୍ଟ ସଂଯୋଜକ ସୁଶାନ୍ତ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ ଓ VAP ଓ VWSC ଗଠନ ଉପରେ ଆଲୋଚନା କରିଥିଲେ l ଅତିଥିମାନେ ତାଙ୍କ ବକ୍ତବ୍ୟରେ ବିଶୁଦ୍ଧ ଜଳଯୋଗାଣ ଉପରେ ଗୁରୁତ୍ୱାରୋପ କରିବା ସହ ଜଳ ଜୀବନ ମିଶନକୁ ସଫଳ କରିବାରେ ଅଂଚଳବାସୀଙ୍କ ସହଯୋଗ କାମନା କରିଥିଲେ l କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଏହି ଯୋଜନା 2024ମସିହା ସୁଦ୍ଧା ସମସ୍ତ ପରିବାରକୁ ବିଶୁଦ୍ଧ ପାନୀୟ ଜଳଯୋଗାଣ ବ୍ୟବସ୍ଥା ଏହି ମିଶନର ମୂଳ ଲକ୍ଷ୍ୟ l କାର୍ଯ୍ୟକ୍ରମକୁ ଗ୍ରାମ ପଂଚାୟତ ସଂଯୋଜକ ଶ୍ରୀ ହୃଷିକେଶ ବାରିକ ଓ ଶ୍ରୀ ପ୍ରଶାନ୍ତ ସାହୁ ପରିଚାଳନା କରିଥିଲେ l