-+91-9937148622 |
prerana_bgr@rediffmail.com |
Friday 20th March 2026 |
R.N.I. Regd No. ODIODI/2010/46693
Breaking News
15-Sep-2021
ମଟିଟିଲାଗଡ଼ (ପ୍ରେରଣା ଖବର ) ମଣିଷ ଭିତରେ ମଣିଷ ଟିଏ ହୋଇ ପାରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିବା ଶ୍ରୀଯୁକ୍ତ ଘାସିରାମ ସାହୁ ଙ୍କ ଟିଟିଲାଗଡ଼ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଗତ ୧ ତାରିଖ ସକାଳ ୬ ଘଣ୍ଟା ସମୟରେ ଦେହାନ୍ତ ହୋଇଥିଲା । ସେ ୮୫ ବର୍ଷ ବୟସରେ ଘରେ ଟିଟିଲାଗଡ଼ ହାଟପଦା ପଡ଼ା ସ୍ଥିତ ନିଜ ଘରେ ପଡ଼ିଯାଇ ଥିବା ଯୋଗୁଁ ତାଙ୍କୁ ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟ ରେ ଭର୍ତ୍ତି କରାଯାଇଥିଲା । ଶ୍ରୀଯୁକ୍ତ ସାହୁ ଙ୍କ ନିକଟରେ ତାଙ୍କ ବଡ଼ ପୁଅ କୃଷ୍ଣକୁମାର ସାହୁ ଓ ସାନ ପୁଅ ଶ୍ରୀକାନ୍ତ କୁମାର ସାହୁ
ଉପସ୍ଥିତି ରେ ତାଙ୍କ ଦେହାନ୍ତ ହୋଇଥିଲା । ସେ ଜଣେ ଏଗ୍ରିକଲଚର ଅଫିସର ଭାବେ କାର୍ଯ୍ୟରତ ରହି ନିଜ କାର୍ଯ୍ୟ ଦକ୍ଷତା ନେଇ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ଅନେକ ଥର ରାଜ୍ୟ ସ୍ତରରେ ସମ୍ମାନିତ ହୋଇଥିଲେ । ଜଣେ ମେଳାପୀ,ପରୋପକାରୀ ଭାବେ ପରିଚିତ ଶ୍ରୀ ସାହୁ ବିୟୋଗ ରେ ବିଭିନ୍ନ ମହଲରୁ ଶୋକ ପ୍ରକାଶ ପାଇଥିଲା । ଗତ ରବିବାର ଦିନ ସ୍ଥାନୀୟ ଘଣ୍ଟାଶୁଣି ମନ୍ଦିର ପରିସରରେ ଦ୍ୱାଦଶାହ ପାଳନ କରାଯାଇଥିବା ବେଳେ ତାଙ୍କ ଆତ୍ମା ର ସଦ୍ଗତି କାମନା କରି ସ୍ବେଚ୍ଛାସେବୀ ରକ୍ତଦାନ କରିଥିଲେ ।