-+91-9937148622 |
prerana_bgr@rediffmail.com |
Saturday 21st March 2026 |
R.N.I. Regd No. ODIODI/2010/46693
Breaking News
15-Sep-2021
ବିନିକା(ହିମାଂଶୁ ଶେଖର ପୁଟେଲ) ଗତ ତିନିଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷା ହେବା ଫଳରେ ବିନିକା ବ୍ଲକ ଅନ୍ତର୍ଗତ କୌଡିଆମୁଣ୍ଡl ଗ୍ରାମରେ ୨ଟି ମାଟିଘର ଭାଙ୍ଗିଯିବାରୁ ୧୨ଛେଳିର ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଥିବା ବେଳେ ୮ଛେଳି ଅଳ୍ପକେ ଉଦ୍ଧାର ପାଇ ଯାଇଛନ୍ତି l ଖବର ନେବାରୁ ଜଣାପଡିଛି ଯେ ଗତକାଲି ସୋମବାର ବିଳମ୍ବିତ ରାତିରେ ଶଙ୍କର କୁମ୍ଭାରଙ୍କ ଏକ ମାଟିଘରେ ଛେଳି ପଲ ରହୁଥିଲେ l ବର୍ଷାରେ ଘର ଭୁଶୁଡ଼ି ପଡ଼ିବାରୁ ଘଟଣା ସ୍ଥଳରେ ହିଁ ୧୦ଟି ଛେଳି ମୃତ୍ୟୁବରଣ କରିଥିବା ବେଳେ ୮ଛେଳି କୌଣସି ମତେ ଆହତ ହୋଇଛନ୍ତି l ସେହିପରି ଉକ୍ତ ଗ୍ରାମର ଦାଶରଥି ମରପାଠିଙ୍କ ମଧ୍ୟ ମାଟିଘର ଭାଙ୍ଗିଯିବାରୁ ୨ଟି ଛେଳିଙ୍କ ମୃତ୍ୟୁ ଘଟିଛି l ଘଟଣାପରେ ବିନିକା ତହସିଲଦାର ଅଲେଖ ଘୁଟା,ପଶୁ ଡାକ୍ତର ସନ୍ତୋଷ କୁମାର ସ୍ୱାଇଁ,ଏଲଆଇ ରେଣୁକା ମିଶ୍ର,ରାଜସ୍ବ ଅଧିକାରୀ ପ୍ରଦୀପ ମେହେର,ୱାର୍ଡସଭ୍ୟ ରଜନୀ ହୋତା,ସରପଞ୍ଚ ପ୍ରତିନିଧି ଅଭୟ ପ୍ରଧାନ ପ୍ରମୁଖ ପହଞ୍ଚି ତଦନ୍ତ କରିଥିଲେ l ଛେଳି ଚରାଇ ପରିବାର ପରୀପୋଷଣ କରୁଥିବା ଦୁଇଜଣ ଜାକ ଅତ୍ୟନ୍ତ ଗରିବ ହୋଇଥିବାରୁ ଉପଯୁକ୍ତ କ୍ଷତିପୂରଣ ସହାୟତା ଯୋଗାଇଦେବାକୁ ବିଭିନ୍ନ ମହଲରେ ଦାବି ହେଉଛି l