-+91-9937148622 |
prerana_bgr@rediffmail.com |
Saturday 21st March 2026 |
R.N.I. Regd No. ODIODI/2010/46693
Breaking News
15-Sep-2021
ଉଲୁଣ୍ଡା (ଗୌରଚନ୍ଦ୍ର ପରିଛା) ଉଲୁଣ୍ଡା ବ୍ଲକ କୋଟସମଲାଇ ପଂଚାୟତର ରେଡମ ଜଙ୍ଗଲରୁ ଜଣେ ବୃଦ୍ଧଙ୍କ ମୃତଦେହ ବୀରମହାରାଜପୁର ପୁଲିସ ଉଦ୍ଧାର କରିଛି । ମୃତକ ଜଣକ ହେଲେ ସହରାପାଲି ଗ୍ରାମର କୁଞ୍ଜବନ ମେହେର । ସୂଚନା ଅନୁସାରେ ଆଜି ରେଡମ ଜଙ୍ଗଲରୁ ଏକ ଶବ ପଡିଥିବା ଖବର ପ୍ରସାରିତ ହୋଇଥିଲା । ଖବର ପାଇ ବିରମହାରାଜପୁର ପୁଲିସ ଘଟଣା ସ୍ଥଳରେ ପହଂଚିଥିଲା । ସେଠାରେ କୁଞ୍ଜବନ ବୋଲି ଜଣାପଡିବା ପରେ ତାଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା । ପରିବାର ଲୋକେ ଘଟଣା ସ୍ଥଳରେ ପହଂଚି ଶବକୁ ଚିହ୍ନଟ କଲାପରେ ପୁଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିଲା । ପ୍ରକାଶ ଯେ କୁଞ୍ଜବନ ମାନସିକ ବିକୃତ ଥିବା ବେଳେ କିଛି ଦିନ ହେବ ନିଖୋଜ ଥିଲେ । ଆଜି ତାଙ୍କ ଶବ ଉକ୍ତ ଜଙ୍ଗଲରୁ ଉଦ୍ଧାର କରାଯାଇଥିଲା । ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିବା ବେଳେ ପୁଲିସ ତଦନ୍ତ ଜାରି ରଖିଛି ।