-+91-9937148622 |
prerana_bgr@rediffmail.com |
Saturday 21st March 2026 |
R.N.I. Regd No. ODIODI/2010/46693
Breaking News
14-Sep-2021
ସୋନପୁର(ମନୋରଞ୍ଜନ ତ୍ରିପାଠୀ ): ବିଗତ ଚାରିଦିନ ର ଲଗାଣ ବର୍ଷା ରେ ସୁବର୍ଣ୍ଣପୁର ସହର ର ପତଭାଡି, ରାମଜୀ ନଗର, କଲେକ୍ଟର ରେସ ପଛ ପଟ ବସ୍ତି, ଏସପି ଅଫିସ ପରିସର, ମାଣିକେଶ୍ବରୀ କଲୋନୀ, ଗୋକୋଣେଶ୍ୱର ପଡା ସମେତ ଅନେକ ବସ୍ତି ଅଞ୍ଚଳ ରେ କୁତ୍ରିମ ବନ୍ୟା ସୃଷ୍ଟି ହୋଇ ଥିବାରୁ ଲୋକେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି l ଅନେକ ଅଂଚଳରେ ଘରେ ଘରେ ପାଣି
ଜମି ଥିବାରୁ ତିନି ଦିନ ଯାଏ ରାତି ଭର ଅନିଦ୍ରା ହୋଇ ଲୋକେ ନିଜେ ପାଣି ଡ୍ରେନlଇଜ କରିଛନ୍ତି l କୋଉଠି ମାଛ ତ କୋଉଠି ସାପ ଅନ୍ୟ ଯିବ ଯନ୍ତୁ ଦେଖିବାକୁ ମିଳିଛି l ଗତ କାଲି ୧0 ନମ୍ବର ୱାର୍ଡ ର ବସ୍ତି ଅଂଚଳର କିଛି ପରିବାର ଏ ସମସ୍ୟା ବା ଅଭିଯୋଗ ନେଇ ପୌର ପରିଷଦ କୁ କିଛି ଘଣ୍ଟା ଘେରାଉ କରିଥିବାର ଜଣା ଯାଇଛି l ଆଗକୁ
ଆହୁରି ଲଘୁଚାପ ବର୍ଷା ଆଶଙ୍କା ଥିବାରୁ ପୌର ପରିଷଦ ଖୁବ ଶୀଘ୍ର ଡ୍ରେନଇଜ ଅବ୍ୟବସ୍ଥା ରେ ସୁଧାର ଆଣିବା ପାଇଁ ଉଦ୍ୟମ ଆରମ୍ଭ କରିବାକୁ ସହରବାସୀ ଦାବି କରିଛନ୍ତି l ଘର ଦ୍ୱାର ଭାଙ୍ଗି ଥିବା ଲୋକଙ୍କୁ ଖୁବ ଶୀଘ୍ର କ୍ଷତିପୂରଣ ଦେବାକୁ ଦାବି ହୋଇଛି l